www.samajalive.in
Friday, December 12, 2025
19.1 C
Bhubaneswar

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍ ଫ୍ରାଟେରନିଟି(ଦକ୍ଷିଣ ଏସୀୟ ମୈତ୍ରୀ ସଂଗଠନ)ର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜ କୁମାର ଚୋପ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସମାଜର ସିଇଓ ଶ୍ରୀ ରାମନାଥ ଝା, ପଞ୍ଜାବର ପୂର୍ବତନ ଡିଜିପି ତଥା ସମ୍ମିଳନୀର ପାଟ୍ରୋନ ଡ. ଡିଆର ଭାଟି, ହାଇଟେକ୍ ମେଡିକାଲ୍ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ମଞ୍ଚାସିନ ଥିଲେ । ସଂଗଠନର ସଭାପତି ତଥା ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଦୀପକ ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ ର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ୩ ଦିନିଆ ଶିବିର ତଥା ସମ୍ମୀଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗଦେଇ ଦକ୍ଷିଣ ଏସିଆରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଆଲୋଚନା କରିଥିଲେ । ଏଥିରେ ଆସାମ, ତ୍ରିପୁରା, ଛତିଶଗଡ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଓଡ଼ିଶା, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଭଳି ୧୮ ଟି ରାଜ୍ୟରୁ ଯୁବକ, ଯୁବତୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏବଂ ନିଜ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବା ସହ ନିଜ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ଆଦାନ ପ୍ରଦାନ କରିଥିଲେ । ସଂଗଠନର ଆଜୀବନ ସଦସ୍ୟ ଶଙ୍କର ମାଝି ମଞ୍ଚ ପରିଚାଳନା କରିଥିବାବେଳେ କିଶୋର୍ ଦର୍ଶନ ତଲମାଲି ଧନ୍ୟବାଦ୍ ଦେଇଥିଲେ ।

- Advertisement -

ଦକ୍ଷିଣ ଏସିଆରେ ଥିବା ଆମ ପଡୋଶୀ ଦେଶ ବାଙ୍ଗଲାଦେଶ ଓ ପାକିସ୍ତାନର ଆଜିକାଲିର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ରାଜକୁମାର । ଏସିଆର ଦେଶ ଗୁଡିକ ମଧ୍ୟରେ ବାଣିଜ୍ୟକ ସମ୍ପର୍କ ଓ ଆର୍ଥିକ ସହଯୋଗ ବଢିବା ଆବଶ୍ୟକ ବୋଲି ଶ୍ରୀ ରାଜକୁମାର କହିଥିଲେ । ସେହିପରି ଦକ୍ଷିଣ ଏସିଆର ଉଜ୍ଜଳ ଭବିଷ୍ୟତ ପାଇଁ ଆମେ ଆଜି ଏକାଠି ହୋଇଛେ ବୋଲି ସଂଗଠନ ସଭାପତି ଶ୍ରୀ ମାଲବ୍ୟ କହିଥିଲେ । ଏହି ସମ୍ମିଳନୀ ଜରିଆରେ ଦେଶର କାଶ୍ମିରରୁ କନ୍ୟାକୁମାରୀ ଲୋକେ ଗୋପାଳପୁରରେ ଏକତ୍ରିତ ହେଲେ ବୋଲି ଲୋକସେବକ ମଣ୍ଡଳ ସମ୍ପାଦକ ଶ୍ରୀ ଜେନା କହିଥିଲେ। ଦକ୍ଷିଣ ଏସିଆର ଅଣ ବିବାଦୀୟ ବିଷୟକୁ ନେଇ ଆଲୋଚନା କରିବାକୁ ସମାଜର ସିଇଓ ଶ୍ରୀ ଝା ଆହ୍ଵାନ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ସମସ୍ତ ସହଯୋଗ କରିବେ ବୋଲି ହାଇଟେକ୍ ଅଧ୍ୟକ୍ଷ ଡ. ପାଣିଗ୍ରାହୀ କହିଥିଲେ ।

ଜୀବନରେ ନୈତିକ ମୂଲ୍ୟବୋଧର ଭୂମିକା ଏବଂ ଦକ୍ଷିଣ ଏସିଆର ଦେଶ ଗୁଡ଼ିକରେ ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ଥିତି ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ପ୍ରଫେସର ମଦନ ମୋହନ ମହାପାତ୍ର ଓ ଡ. ସାରଦା ପ୍ରସାଦ ସାହୁ ବକ୍ତା ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଡ. ରମେଶ ପ୍ରଧାନ, ଅଶୋକ ସାମନ୍ତ, ପଲବ ଦାସ, ହରିକୃଷ୍ଣ କୋଠିଆ, ରମାକାନ୍ତ ସାହୁ, ପଞ୍ଚାନନ ସାମଲ, କୃଷ୍ଣଚନ୍ଦ୍ର ସାହୁ, ଡ ପ୍ରଫୁଲ୍ଲ ଦଳେଇ ପ୍ରମୁଖ ସହଯୋଗ କରିଥିଲେ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories