www.samajalive.in
Friday, December 12, 2025
23.1 C
Bhubaneswar

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଚିନ୍ତୁର ଅଞ୍ଚଳର ତୁଳସୀପାକାଲୁ ଗାଁ ନିକଟରେ ମାରେଡୁମିଲ୍ଲୀ ଘାଟିରେ ଏକ ବସ୍ ଖସି ପଡ଼ିଛି। ବସ୍‌ଟି ଚିତ୍ତୁର ଜିଲ୍ଲାର ୩୫ ଜଣ ଯାତ୍ରୀ, ଦୁଇଜଣ ଡ୍ରାଇଭର ଏବଂ ଜଣେ କିନ୍ନରକୁ ନେଇଯାଉଥିଲା। ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୭ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିନ୍ତୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ୫ଟା ୩୦ ସମୟରେ ଦୁର୍ଘଟଣାଟି ଘଟିଥିଲା। ଚିନ୍ତୁରରୁ ମାରେଡୁମିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ମାରେଡୁମିଲ୍ଲୀ ଘାଟିର ଏକ ଗଭୀର ଘାଟିରେ ଖସି ପଡ଼ିଥିଲା।

ଦୁର୍ଘଟଣା ପରେ ଚାରିଆଡ଼େ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନେକ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଫସି ରହିଥିଲେ। ସୂଚନା ପାଇବା ପରେ, ପୁଲିସ୍‌ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜରୁରୀକାଳୀନ କାର୍ଯ୍ୟ ଆରମ୍ଭ କରିଥିଲେ। ଯାତ୍ରୀମାନେ ଗତକାଲି ଭଦ୍ରାଚଳମ୍ ମନ୍ଦିର ଦର୍ଶନ କରିଥିବାବେଳେ ଆଜି ଅନ୍ନଭରମ୍ ଅଭିମୁଖେ ଯାତ୍ରା କରୁଥିବାବେଳେ ଏଭଳି ଅଘଟଣ ଘଟିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories