www.samajalive.in
Saturday, December 13, 2025
14.1 C
Bhubaneswar

ଥାନାରେ ପଶି ପୁଲିସକୁ ମାଡ଼ ଘଟଣା : ଆଉ ୨ଗିରଫ

ଭୁବନେଶ୍ୱର : ସହିଦ ନଗର ଥାନାରେ ପଶି ପୁଲିସକୁ ମାଡ଼ ମାରିବା ଘଟଣାରେ ଶୁକ୍ରବାର ଆଉ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇଜଣ ହେଉଛନ୍ତି ପି.ଲିପୁ ସ୍ୱାଇଁ ଏବଂ ଶିବା ରେଡ୍ଡୀ। ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ ପୁଲିସ ଏପର୍ଯ୍ୟନ୍ତ ଧରି ପାରି ନଥିବା ଜଣାପଡିଛି। ପୂର୍ବରୁ ଏହି ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଥିଲା।

ସୂଚନା ମୁତାବକ, ଗତ ରବିବାର ଦିନ ମଧ୍ୟରାତିରେ କିଛି ଦୁର୍ବୃତ୍ତ ସହିଦନଗର ଥାନାରେ ପଶି ତୁମୁଳକାଣ୍ଡ ଘଟାଇଥିଲେ । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ ।

Hot this week

ଶନିବର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories