www.samajalive.in
Thursday, December 11, 2025
27.1 C
Bhubaneswar

ମୋହନାରେ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ମୋହନା : ଗଜପତି ଜିଲା ମୋହନାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ମୋହନା ହାଇସ୍କୁଲ ଛକରୁ ବାହାରି ଏକ ଶୋଭାଯାତ୍ରାରେ ନାରୀ ଜାଗିଲେ ଦେଶ ଜାଗିବ, ଶିକ୍ଷୀତ ନାରୀ ଦେଶର ଶିରୀ, ନାରୀ ହେଲେ ପାଠୋଇ ଦେଶ ଜୀବ ଆଗେଇ, ନାରୀ ଜାତି ଆମ ସମ୍ପତି ଆଦି ନାରାମାଜି କରି ମୋହନା ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଲୟ ପରିସରରେ ପହଞ୍ଚି ଏକ ଶଭାର ଆୟୋଜନ ହୋଇଥିଲା। ଏହି ଦିବସରେ ମୋହନା ଥାନା ଅଧିକାରୀ ସୁଜିତ ନାୟକ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥିଭାବେ ବିଡିଓ ବଂଶିଧର ଖୋସଲା ଯୋଗଦେଇ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ସମ୍ମାନିତ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ, ମହିଳା ନେତ୍ରୀ ପ୍ରମିଳା ପଣ୍ଡା, ନିର୍ମଳା ପଟ୍ଟନାୟକ ଓ ବିଭିନ୍ନ ସେକ୍ଟରର ଅଙ୍ଗନବାଡି ସୁପରଭାଇଜରମାନେ ଯୋଗ ଦେଇଥିଲେ। ସେହିପରି ବ୍ଳକ ସମ୍ମିଳନୀ କକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋହନା କୋର୍ଟର ବିଚାରପତି ମାନସ କୁମାର ମହାନ୍ତି ଯୋଗ ଦେଇ ମହିଳାମାନଙ୍କର ବିଭିନ୍ନ ଆଇନ ସମ୍ପର୍କରେ କହିଥିଲେ। ଏଥିରେ ବିଡିଓ ବଂଶିଧର ଖୋସଲା ଓକିଲ ସଂଘସଭାପତି ସିମାଞ୍ଚଳ କାର୍ଯୀ, ଉପସଭାପତି ଦୁର୍ଯୋଧନ କରଡା, ଆଇନଜିବୀ ମଧୁସୁଦନ ପାଢୀ, ସୁଦର୍ଶନ ସାହୁ, ପଦ୍ମନାଭ ପତି, ଥାନା ଏଏସଆଇ ନିରଞ୍ଜନ ପାଣିଗ୍ରାହୀ ଓ ପ୍ରଫୁଲ ଗୌଡ ପ୍ରମ୍ମୁଖ ଉପସ୍ଥିତ ଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories