www.samajalive.in
Saturday, December 13, 2025
21.1 C
Bhubaneswar

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି।

ସୂଚନା ଯୋଗ୍ୟଯେ ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ୪ ମହଲା ବିଶିଷ୍ଟ ଏହି ବିଲ୍‌ଡିଙ୍ଗଟି ପ୍ରାୟ ୩,୬୭୨ ବର୍ଗ ମିଟର ଅଞ୍ଚଳରେ ୧୮ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ।

- Advertisement -

ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ର ନୂତନ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଯେଉଁ ମାନେ ଜମିଜମା କାମରେ ତହସିଲ ଓ ସବ୍-ରେଜିଷ୍ଟର ଅଫିସକୁ ଆସିବେ, ସେମାନେ ସୁବିଧାରେ ସମସ୍ତ ସେବା ପାଇପାରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟା ଅଫିସରେ ସୁବିଧାରେ ସମାଧାନ ହୋଇପାରିବ, ସେମାନଙ୍କୁ ଆଉ ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ।

ଆମର ମୂଳଲକ୍ଷ୍ୟ ହେଉଛି ସବୁ କ୍ଷେତ୍ରରେ ଲୋକଙ୍କୁ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ଯୋଗାଇଦେବା ।  ଏହାଦ୍ବାରା ଲୋକଙ୍କ ଇଜ୍ ଅଫ୍ ଲିଭିଙ୍ଗ୍   ଉନ୍ନତି ଆସିପାରିବ। ଏହିଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଜାରିରହିବ ।

ସେ ଆହୁରି କହିଥିଲେ ଯେ ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ନ‌ଭେମ୍ବର ୧ ତାରିଖରେ ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି। ପ୍ରାୟ ୫୬ଟି ତହସିଲ ଛାଡି ସବୁ ତହସିଲ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଏଗୁଡିକ ମଧ୍ଯ ଖୁବଶୀଘ୍ର ଖୋଲାଯି ଲାଯିବ ଏବଂ ଏହାର ନୂଆ ଅଫିସ୍ ବିଲଡିଙ୍ଗ ମଧ୍ଯ କରାଯିବ। ଜମିଜମା ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ବିଷୟ ନେଇ ଅଧିକାଂଶ ବ୍ୟବସ୍ଥାକୁ ଆମେ ଡିଜିଟାଲ ମାଧ୍ଯମରେ କରୁଛୁ ।ଟେକ୍ନୋଲୋଜି ବ୍ୟବହାର କରି ରାଜସ୍ବ ସେବାକୁ ମଧ୍ୟସ୍ଥି ମୁକ୍ତ ଓ ଦୁର୍ନୀତି ଦୁର୍ନୀତି ମୁକ୍ତ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦୋଷ, କଟକ ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories