www.samajalive.in
Saturday, December 13, 2025
14.1 C
Bhubaneswar

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ବା ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ଭାରତ ସମେତ ଚୀନ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ମେକ୍ସିକୋ ସରକାର ଏହି ଶୁଳ୍କ ଲାଗୁ କରିଛନ୍ତି।

ଗତ ବୁଧବାର ସିନେଟରେ ଏ ସଂକ୍ରାନ୍ତ ବିଲ୍‌ ପାସ୍ ହୋଇଛି। ବିଲ୍‌ ସପକ୍ଷରେ ୭୬ଟି ଭୋଟ ମିଳିଥିବାବେଳେ ୫ଟି ବିରୋଧରେ ଏବଂ ୩୫ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ। ମେକ୍ସିକୋ ସହିତ ଯେଉଁ ଦେଶଗୁଡ଼ିକର ବାଣିଜ୍ୟିକ ରାଜିନାମା ହୋଇ ନ ଥିବ ସେହିସବୁ ଦେଶ ଏହି ଶୁଳ୍କ ବୋଝ ମୁଣ୍ଡାଇବେ। ପ୍ରାୟ ୧୪୦୦ ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ।

- Advertisement -

ଶୁଳ୍କ ଲାଗୁ ହେବାକୁ ଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଗାଡ଼ିମୋଟର ଯନ୍ତ୍ରାଂଶ, ହାଲୁକା ଯାନ, ବସ୍ତ୍ର, ପ୍ଲାଷ୍ଟିକ ଉତ୍ପାଦ, ଷ୍ଟିଲ, ଘରୋଇ ଉପକରଣ, ଖେଳଣା, ଟେକ୍ସଟାଇଲ୍ସ, ଫର୍ନିଚର, ଜୋତା, ଚମଡ଼ା ଉତ୍ପାଦ, ପେପର ଏବଂ କାର୍ଡବୋର୍ଡ, ମୋଟରସାଇକେଲ, ଆଲୁମିନିଅମ, ଟ୍ରେଲରସ୍‌, ଗ୍ଲାସ, ସାବୁନ, ପରଫ୍ୟୁମ ଏବଂ କସମେଟିକ୍ସ ଉତ୍ପାଦ ପ୍ରମୁଖ ରହିଛି।

ଅଧିକାଂଶ ସାଗମ୍ରୀ ଉପରେ ୩୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହୋଇଥିବାବେଳେ ଯାତ୍ରୀବାହୀ ଯାନ ସମେତ ଅନ୍ୟ କେତେକ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ।

ମେକ୍ସିକୋ ସରକାର ବିଲ୍‌ ଉପସ୍ଥାପନ ସମୟରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ସ୍ଥାନୀୟ ଯୁବପିଢ଼ିଙ୍କ ରୋଜଗାର ଏବଂ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଏହା ଦେଶରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିଶ୍ଵସ୍ତରରେ ପହଞ୍ଚାଇବା ଦିଗରେ ସହାୟକ ହେବ।

କ’ଣ କହିଲା ଚୀନ ?

ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିକ୍ରିୟା ରଖି କୁହାଯାଇଛି ଯେ, ସରକାର ମେକ୍ସିକୋର ନୂଆ ଟାରିଫ ନୀତିର ସମୀକ୍ଷା କରିବେ। ଏହାର ପ୍ରଭାବ କ’ଣ ରହିବ ତାହାର ସମୀକ୍ଷା କରାଯିବ। ଏଭଳି ଏକପାଖିଆ ପଦକ୍ଷେପ ବାଣିଜ୍ୟିକ ସ୍ବାର୍ଥକୁ ହାନୀ ପହଞ୍ଚାଇବ।

କ’ଣ କହିଲା ଭାରତ ?

ଭାରତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

ବିଶେଷଜ୍ଞ ମତରେ…

ମେକ୍ସିକୋର ଏହି ପଦକ୍ଷେପ ସମ୍ପର୍କରେ ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ, ଏହା କେବଳ ଆମେରିକାକୁ ଖୁସି କରିବା ଲାଗି ହୋଇଛି। ଆଗାମୀ ଦିଗରେ ଆମେରିକା-ମେକ୍ସିକୋ-କାନାଡ଼ା ଚୁକ୍ତିର ସମୀକ୍ଷା ହେବାକୁ ଥିବାରୁ ମେକ୍ସିକୋ ସରକାର ଆମେରିକାକୁ ଖୁସି କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି।

ଆଉ କିଛି ବିଶେଷଜ୍ଞ କହିଛନ୍ତି, ମେକ୍ସିକୋର ପଦକ୍ଷେପ ଦେଶକୁ ଗୋଟିଏ ବର୍ଷରେ ୩.୭୬ ବିଲିଅନ ଡଲାର ଅର୍ଥର ଲାଭ ଦେବ।

Hot this week

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

Related Articles

Popular Categories