www.samajalive.in
Saturday, December 13, 2025
14.1 C
Bhubaneswar

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣା। ଏନ୍‌ଆଇଏ ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ ଏନ୍‌ଆଇଏ ତଦନ୍ତ ଜାରି ରଖିଛି । ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ ସିପିଆଇ ମାଓଇଷ୍ଟ ଟେରର ଅର୍ଗନାଇଜେସନର ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିଲେ । ୧୧ ଅଭିଯୁକ୍ତଙ୍କ ନାମ ହେଲା, ଜର୍ଜା ମୁଣ୍ଡା ଓରଫ କୁଲୁ ମୁଣ୍ଡା, ଅନ୍ମୋଲ ଓରଫ ସୁଶାନ୍ତ ଓରଫ ଲାଲଚନ୍ଦ ହେମ୍ବ୍ରମ, ରମେଶ ଓରଫ ପ୍ରିତମ ମଞ୍ଝି ଓରଫ ଅନଲ ଦା, ପିଣ୍ଟୁ ଲୋହରା ଓରଫ ଟିଗର, ଲାଲଜିତ ଓରଫ ଲାଲୁ, ଶିବ ବୋଦ୍ରା ଓରଫ ଶିବୁ, ଅମିତ ଓରଫ ସୁଖଲାଲ ମୁଣ୍ଡା, ରବି ଓରଫ ବିରେନ ସିଂହ, ରାଜେଶ ଓରଫ ମାନ୍ସିଦ, ସୋହନ ଓରଫ ରଙ୍ଗା ପୁନେମ,ଏବଂ ଅପ୍ତନ ଓରଫ ଚନ୍ଦ୍ରମୋହନ ହାନ୍ସଦ । ୧୧ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରିବା ସହ ଅସ୍ତ୍ରଶସ୍ତ୍ର ଲଗାଇ ୨୦୦ ବିସ୍ଫୋରକ ପ୍ୟାକେଟ ଲୁଟି ନେଇଥିଲେ । ୨୦୨୫ ମେ ୨୭ ତାରିଖରେ ବିସ୍ଫୋରକଗୁଡିକୁ ଆଇଟିଏମ୍‌ଏ ବାରୁଦ ଗୋଦାମରୁ ବାଙ୍କୋ ପଥର ଖଣିକୁ ନିଆଯାଉଥିଲା । ଏହି ସମୟରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମାନେ ଲୁଟ୍ କରିଥିଲେ । ୨୦ କିଲୋର ମୋଟ୍ ୨୦୦ ପ୍ୟାକେଟ୍ ଲୁଟ୍ ହୋଇଥିଲା ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories