www.samajalive.in
Monday, December 8, 2025
24.1 C
Bhubaneswar

ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ଝିଅଙ୍କୁ ମିଳିବ ବିବାହ କିଟ୍ : ରାହୁଲ ଗାନ୍ଧୀ

ଜୟପୁର : ଦିନିକିଆ ଓଡିଶାଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୋରାପୁଟ ଜିଲା ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମହିଳା ଦିବସରେ ମହିଳା କାର୍ଡ ଖେଳିଛନ୍ତି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ଝିଅଙ୍କୁ ବିବାହ କିଟ୍ ମିଳିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହ ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ ଅଫିସର ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନ୍ସିଆଲ କର୍ପୋରେସନ ହେବ ।

ନବୀନ ସରକାରଙ୍କୁ କଡା ସମାଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଓଡିଶାରେ ଅଫିସରଙ୍କ ରାଜ୍ ଚାଲିଛି । ୪ରୁ ୫ ଜଣ ଅଫିସର ଓଡିଶାକୁ ଚଳାଉଛନ୍ତି । ଏଠାରେ ସବୁ ଲାଭ ନବୀନଙ୍କ ବନ୍ଧୁମାନଙ୍କୁ ମିଳୁଛି । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ । ଆପଣଙ୍କ ମନ କଥା ଶୁଣି ସରାକର ଚଳାଇବାକୁ ଚାହୁଁଛୁ । ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଦୀର୍ଘ ବର୍ଷ ହେଲାଣି ହାଲ୍ ଫାଇଟର ପ୍ଲେନ ତିଆରି କରୁଛି । କେନ୍ଦ୍ର ସରକାର ଦେଶ ଭକ୍ତିର କଥା କହୁଛନ୍ତି, ହେଲେ ବାୟୁସେନାର ଟଙ୍କା ଅମ୍ବାନିକୁ ଦେଉଛନ୍ତି । ଫାଇଟର ପ୍ଲେନ ତିଆରି କରିବାରେ ଅମ୍ବାନିଙ୍କ ଅଭିଜ୍ଞତା ନାହିଁ। କିନ୍ତୁ ଅମ୍ବାନିଙ୍କ ଫାଇଦା ପାଇଁ ଫ୍ରାନ୍ସ କମ୍ପାନୀ ସହ ଡିଲ ହୋଇଛି । ମୋଦୀ ନିଜେ ଅମ୍ବାନିକୁ ୩୦ ହଜାର କୋଟି ଦେଇଛନ୍ତି ।

- Advertisement -

ଏହା ସହ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଆଦିବାସୀ, କୃଷକଙ୍କ ଜମି ସୁରକ୍ଷା ପାଇଁ କଂଗ୍ରେସ ଚେଷ୍ଟା କରିଛି।  ଆପଣଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ସଂସଦରେ ସର୍ବଦା ଚେଷ୍ଟା କରିଛି । ଆମେ ଛତିଶଗଡରେ ନିୟମ କରିଛୁ ଯେ ଶିଳ୍ପ ନକଲେ ଜମି ଫେରସ୍ତ କରାଯିବ । ଛତିଶଗଡରେ ଧାନ କ୍ବିଣ୍ଟାଲ ପ୍ରତି ୨୫ ଶହ ମିଳୁଛି ହେଲେ ଓଡିଶାରେ ଧାନ କ୍ବିଣ୍ଟାଲ ପ୍ରତି ୧୬ ଶହ ଟଙ୍କା ଚାଷୀମାନଙ୍କୁ ମଳୁଛି । ଓଡିଶାରେ କଂଗ୍ରେସ ସରକାର ଆସିଲେ  ଧାନ କ୍ବିଣ୍ଟାଲ ପ୍ରତି ୨୫ ଶହରୁ କମ ମିଳିବ ନାହିଁ । କୃଷି ଋଣ ଛାଡ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ନବୀନ ସରକାର ଏହାକୁ ନାଁ କହୁଛନ୍ତି । ୩ଟି ରାଜ୍ୟରେ ମାତ୍ର ୨ ଦିନରେ କୃଷି ଋଣ ଛାଡ କରାଗଲା। ଓଡିଶାରେ କଂଗ୍ରେସ ସରକାର ଆସିବାର ମାତ୍ର ୧୦ ଦିନ ମଧ୍ୟରେ ଋଣ ଛାଡ କରାଯିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories