www.samajalive.in
Thursday, December 11, 2025
14.1 C
Bhubaneswar

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ ଧକ୍କା ଦେଇ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଗନ୍ନାଥ କାଶୀ (୧୭) ବୋଲି ଜଣାପଡିଛି। ଆଜି ଲକ୍ଷ୍ମୀପୁର ଗାଁର ଜଗନ୍ନାଥ କାଶୀ, ଅନନ୍ତ ମିଣିଆକା ଓ ଦେବରାଜ ପ୍ରାସ୍କା ମିଶି ଏକ ବାଇକରେ ବୁଲିବା ପାଇଁ ଯାଉଥିଲେ। ଏତିକିବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ କୁ ଆରଗାଣ୍ଡା ଗାଁ ନିକଟ ବୁଲାଣି ନିକଟରେ ଧକ୍କା ଦେଇଥିଲା। ଅଟୋରେ ଥିବା ଲୋକଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ବାଇକ୍‌ରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେ​ଲେ ଚିକିତ୍ସାଧୀନ ଅବସ୍ଥାରେ​‌ ଜଗନ୍ନାଥ କାଶୀଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍‌ ଘଟଣାସ୍ତଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories