www.samajalive.in
Thursday, December 11, 2025
13.1 C
Bhubaneswar

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ ସାଧାରଣ ସମସ୍ୟା। ଯାହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ ଏବଂ ପୋଷକ ତତ୍ବର ଅଭାବ । କେବଳ ମହିଳା ନୁହଁନ୍ତି ପୁରୁଷଙ୍କଠାରେ ମଧ୍ୟ କେଶ ଝଡିବା ସମସ୍ୟା ଦେଖାଦେଉଛି। ତେବେ କେଶ ଝଡିବା, ରୁକ୍ଷ ହେବା କିମ୍ବା ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ବଜାରରେ ଅନେକ ସାମଗ୍ରୀ ମିଳୁଛି ।

କିନ୍ତୁ ଏହି କେମିକାଲ୍ ଯୁକ୍ତ ସାମଗ୍ରୀ ପାର୍ଶ୍ବ ପ୍ରତିକ୍ରିୟାରେ ଭରପୁର । ଏମିତିରେ ପ୍ରାକୃତିକ ଉପାୟରେ କେଶ ସମସ୍ୟାରୁ ମୁକ୍ତି ପାଇବା ଏକ ସୁରକ୍ଷିତ ଉପାୟ । ଏପରି ଏକ ଘରୋଇ ଉପାୟ ହେଉଛି ଦେଶୀ ଘିଅରେ ପ୍ରସ୍ତୁତ ହେୟାର ମାସ୍କ । ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା…

- Advertisement -

() ଏହି ହେୟାର୍ ମାସ୍କ ତିଆରି କରିବା ପାଇଁ ଆବଶ୍ୟକ ଶୁଦ୍ଧ ଦେଶୀ ଘିଅ, ଗୋଟିଏ ଲେମ୍ବୁ, ଏଲୋବେରା ଜେଲ୍ ଏବଂ ନଡିଆ ତେଲ । ସର୍ବ ପ୍ରଥମେ ଗୋଟିଏ ପାତ୍ରରେ ସମାନ ପରିମାଣର ଘିଅ ଏବଂ ନଡିଆ ତେଲ ଭଲ ଭାବରେ ମିଶାନ୍ତୁ । ସେଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ଏଲୋବେରା ବା ଘିଁ କୁଆରୀ ରସ ମିଶାନ୍ତୁ ।

ବ୍ୟବହାର : ଏହି ମାସ୍କ ବ୍ୟବହାର କରିବା ପୂର୍ବରୁ କେଶକୁ ଭଲ ଭାବରେ କୁଣ୍ଡାନ୍ତୁ । ଏବେ ଏହି ମିଶ୍ରଣକୁ ଭଲ ଭାବରେ କେଶରେ ଲଗାନ୍ତୁ । କେଶ ମୂଳରେ ମଧ୍ୟ ଭଲ ଭାବରେ ମାଲିସ୍ କରନ୍ତୁ । ଏହି ମିଶ୍ରଣକୁ ଲଗାଇବା ପରେ ପ୍ରାୟ ୨ ରୁ ୩ ଘଣ୍ଟା ପର୍ୟ୍ୟନ୍ତ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ କେଶକୁ ଧୋଇଦିଅନ୍ତୁ । ଏହା ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରିବ ।

ଏହି ମାସ୍କ ଲଗାଇବା ଦ୍ବାରା ଦୋମୁଁହା କେଶରୁ ମୁକ୍ତି ମିଳିଥାଏ । ଏହା ସହ ସମୟ ପୂର୍ବରୁ କେଶ ଧଳା ହେବାରୁ ବଞ୍ଚିଥାଏ । ତେଣୁ ସପ୍ତାହରେ ପ୍ରାୟ ଦୁଇ ଥର ଏହି ମାସ୍କ ବ୍ୟବହାର କରିବା ଉଚିତ୍ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories