www.samajalive.in
Tuesday, December 9, 2025
23.1 C
Bhubaneswar

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ ସୁରୁଖୁରରେ ପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଓସିଏ । ଖେଳାଳିଙ୍କ ସୁରକ୍ଷା ଓ ଶୃଙ୍ଖଳିତ ମ୍ୟାଚ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍‌ ପୁଲିସ । ଖେଳ ପାଇଁ ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୧୫୦ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଆଜିର ମ୍ୟାଚ ପାଇଁ ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୫୦ଜଣ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଖେଳାଳିମାନେ କିଭଳି ସୁରକ୍ଷିତ ଭାବେ ଭୁବନେଶ୍ୱରରୁ କଟକ ଷ୍ଟାଡିୟମରେ ପହଞ୍ଚିବେ ସେନେଇ କମିଶନରେଟ ପୁଲିସ ପ୍ରସ୍ତୁତି କରିଛି । ଷ୍ଟାଡିୟମ ପରିସରରେ ୩୦୦ରୁ ଅଧିକ କ୍ୟାମେରା ଲାଗିଛି । ଦର୍ଶକମାନେ ବାହାରୁ କୌଣସି ପ୍ରକାର ଖାଦ୍ୟ, ସାମଗ୍ରୀ, ପାଣି ବୋତଲ ନେଇ ଯାଇପାରିବେ ନାହିଁ ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍‌ ଖେଳାଯିବ । ବାରବାଟୀରେ ଆଜିର ମ୍ୟାଚ ଜିତି ସିରିଜରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚରେ ଷ୍ଟାରବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ଗ୍ରାଉଣ୍ଡରେ ଉଭୟ ୧୦୦ ଟ୍ୱେଣ୍ଟି୨୦ ୱିକେଟ ହାସଲ କରିପାରନ୍ତି ।

- Advertisement -

 

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories