www.samajalive.in
Wednesday, December 10, 2025
16.1 C
Bhubaneswar

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍ ୧୯ର ଗ୍ରାଣ୍ଡ ଫିନାଲେ ଜିତି ଏହି ସିଜିନର ବିଜେତା ହୋଇଛନ୍ତି । ଶୋରେ ଫରହାନା ଭଟ୍ଟ ରନର୍ସଅପ୍ ହୋଇଛନ୍ତି । ଶୋରେ ଶେଷ ପର୍ଯ୍ୟନ୍ତ ଅମାଲ୍ ମଲିକ ପଞ୍ଚମ, ତାନ୍ୟା ମିତ୍ତଲ ଚତୁର୍ଥ ଏବଂ ପ୍ରଣୀତ ମୋରେ ତୃତୀୟ ସ୍ଥାନରେ ରହିଥିଲେ। ରବିବାର ମୁମ୍ବାଇରେ ଏହି ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା।

ଗୌରବ ଖାନ୍ନା ଜଣେ ଜଣାଶୁଣା ଟିଭି ଅଭିନେତା ଯିଏ ସିଆଇଡି ଏବଂ ଅନୁପମା ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଛନ୍ତି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି । ଶୋ’ ଜିତିବା ପରେ, ଗୌରବ ବିଗ୍ ବସ୍ ଟ୍ରଫି ଏବଂ ସହିତ ୫୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପାଇଥିଲେ।

- Advertisement -

ଫାଇନାଲ ଶୋରେ କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ, ଅରମାନ ମଲିକ ଏବଂ କରଣ କୁନ୍ଦ୍ରାଙ୍କ ପରି ଅନେକ ଷ୍ଟାର ଯୋଗ ଦେଇଥିଲେ। ଭୋଜପୁରୀ ସୁପରଷ୍ଟାର ପବନ ସିଂହ ମଧ୍ୟ ଯୋଗ ଦେଇଥିଲେ। ତାଙ୍କୁ ଶୋ’ରେ ଅଂଶଗ୍ରହଣ ନକରିବା ପାଇଁ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଧମକ ମିଳିଥିଲା, କିନ୍ତୁ ସେ ଏହାକୁ ଏଡାଇ ଯୋଗ ଦେଇଥିଲେ ।

ବିଗ୍ ବସ୍ ୧୯ ଫାଇନାଲ୍ ସମୟରେ, ସଲମାନ ଖାନ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶୋ’ରେ ଧର୍ମେନ୍ଦ୍ରଙ୍କ ପୁରୁଣା ଭିଡିଓ ଦେଖାଯାଇଥିଲା, ଯାହା ତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସଲମାନ ପ୍ରକାଶ କରିଥିଲେ ଯେ ଧର୍ମେନ୍ଦ୍ର ତାଙ୍କ ପିତା ସଲିମ୍ ଖାନଙ୍କ ଜନ୍ମଦିନରେ ଆଖିବୁଜିଥିଲେ । ବିଗ୍ ବସ୍‌ର ଏହି ସିଜିନ୍ ଅଗଷ୍ଟ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ସିଜିନ୍‌ରେ ମୋଟ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

 

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories