www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁସ୍ଥ ଭାରତ ଗଢିବାର ଅଭିଯାନ – ‘ଫିଟ୍ ଇଣ୍ଆ ମୁଭମେଣ୍ଟ’, ଏକ ବିକଶିତ ରାଷ୍ଟ୍ର ପାଇଁ ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ାର ଏକ ଦୃଢ ମୂଳଦୁଆର ଗୁରୁତ୍ବକୁ ପ୍ରୋତ୍ସାହିତ କରେ। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମେରାମଣ୍ଡଳୀ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ଟାଟା ଷ୍ଟିଲ କପିଳାଶ ହାଫ୍ ମାରାଥନ୍ ଏହି ବାର୍ତ୍ତା ବହନ କରୁଛି ବୋଲି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆସନ୍ତା ଜାନୁଆରୀ ୧୦, ୨୦୨୬ ରେ ଢେଙ୍କାନାଳରେ କପିଳାସ ଅଭୟାରଣ୍ୟ ବଫର ଯୋନରେ ହେବାକୁ ଯାଉଥିବା ଏହି ହାଫ-ମାରାଥନ ଫିଟନେସ୍, ଖେଳୁଆଡ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ବନ୍ୟପ୍ରାଣୀ ବିଶେଷ କରି ହାତୀ ସଂରକ୍ଷଣନେଇ ସଚେତନତା ସୃଷ୍ଟି କରୁଛି। ଚଳିତ ବର୍ଷର ହାଫ-ମାରାଥନର ଏହି ତୃତୀୟ ସଂସ୍କରଣର ବିଶେଷତ୍ବ ହେଲା, ଭାରତର ସ୍ବାଧୀନତା ସଂଗ୍ରାମର ସର୍ବକନିଷ୍ଠ ବରପୁତ୍ର ଅମର ସହିଦ ବାଜି ରାଉତଙ୍କ ୧୦୦ ତମ ଜନ୍ମ ବାର୍ଷିକୀକୁ ଏହା ସ୍ମରଣ କରୁଛି । ବାଜି ରାଉତଙ୍କ ରୌରବର ଗାଥା ସହିତ କପିଳାସକୁ ବିଶ୍ୱ କ୍ରୀଡା ଏବଂ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରଚାର ପ୍ରସାର କରିବାରେ ଏହା ସହାୟକ ହେବ। ବିଜେତାଙ୍କ ପାଇଁ ମୋଟ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶିଥିବା ଏହି ଦୌଡ଼ରେ ସାରା ଦେଶରୁ୫ହଜାରରୁ ଅଧିକ ଧାବକ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ଆଶା ରଖିଛନ୍ତି।

Hot this week

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

Related Articles

Popular Categories