www.samajalive.in
Saturday, December 6, 2025
19.1 C
Bhubaneswar

୨୦୨୫ ସୁଦ୍ଧା ସୃଷ୍ଟି ହେବ ୧୦ କୋଟି ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଆଗାମୀ ୨୦୨୫ ସୁଦ୍ଧା ଭାରତରେ ୧୦ କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବ। ଏଭଳି ଆକଳନ କରିଛି ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ)। କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା କେତେକ ନୂଆ ବ୍ୟବସ୍ଥା ଏହି ସୁଯୋଗ ଆଣିବ। ବିଶେଷ କରି ଅର୍ଥ ବ୍ୟବସ୍ଥାର ମାତ୍ର ୮ଟି କ୍ଷେତ୍ରରେ ୧୦କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି ବୋଲି ସିଆଇଆଇ ପକ୍ଷରୁ କୁହାଯାଇଛି। ଏହି କ୍ଷେତ୍ରଗୁଡ଼ିକ ହେଲା ରିଟେଲ, ନିର୍ମାଣ, ପରିବହନ ଏବଂ ଯୋଗାଣ, ପର୍ଯ୍ୟଟନ ଏବଂ ଆତିଥ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୋଟର ଯାନ।

ସିଆଇଆଇ ସଭାପତି ରାକେଶ ଭାରତୀ ମିଟ୍ଟଲ କହିଛନ୍ତି ଯେ, ଷ୍ଟାର୍ଟଅପ ଏବଂ ନୂଆ ବ୍ୟବସ୍ଥାଗୁଡ଼ିକର କୌଶଳ ସ୍ତର ବୃଦ୍ଧି ହେବା ଯୋଗୁ ଚାକିରିର ଗୁଣବତ୍ତା ବଢ଼ିବା ସହ ଉଚ୍ଚ ଆୟ ମଧ୍ୟ ହେବ। ବ୍ୟବସାୟକୁ ସହଜ କରିବା ଲାଗି ସରକାରଙ୍କ ତରଫରୁ ଅନେକ ଉପାୟ ଅବଲମ୍ବନ କରାଯାଇଛି। ଏଥିରେ ଛୋଟ ଛୋଟ ଉଦ୍ୟୋଗଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ଟିକସ ମୂଲ୍ୟରେ ୨୫ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ସୁଧ ହାର ହ୍ରାସ ନୂଆ ବ୍ୟବସ୍ଥାର ପ୍ରସାର ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରୁଛି। ରୋଜଗାରର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମିଟ୍ଟଲ କହିଛନ୍ତି, ୨୦୧୭ ସେପ୍ଟେମ୍ବରରୁ ୨୦୧୮ ଡିସେମ୍ବର ମଧ୍ୟରେ ଇପିଏଫଓର ସାମାଜିକ ସୁରକ୍ଷା ଯୋଜନାରେ ୭୨ ଲକ୍ଷ ନୂଆ ଗ୍ରାହକ ସାମିଲ ହୋଇଛନ୍ତି।

- Advertisement -

ତେବେ ଅନ୍ୟପଟେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୧୭ରେ ଭାରତରେ ବେକାରୀ ସଂଖ୍ୟା ୬.୧ ପ୍ରତିଶତ ବୃଦ୍ଧି ପାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories