www.samajalive.in
Saturday, December 6, 2025
26.1 C
Bhubaneswar

ପରଦାକୁ ଆସିଲା ‘ବଦଲା’ : ପ୍ରଥମ ଦିନରେ କରିପାରେ ଏପରି ବ୍ୟବସାୟ

ମୁମ୍ବଇ : ଅମିତାଭ ବଚ୍ଚନ-ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ଶୁକ୍ରବାର(୮ ମାର୍ଚ୍ଚ) ମୁକ୍ତିଲାଭ କରିଛି। ସୁଜୟ ଘୋଷ ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଶାହାରୁଖ୍‍ ଖାନଙ୍କ କମ୍ପାନୀ ରେଡ଼୍‍ ଚିଲି ଏଣ୍ଟରଟେନମେଣ୍ଟ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ବହନ କରିଛି। ଏହା ଏକ ସ୍ପେନିଶ୍‍ ଚଳଚ୍ଚିତ୍ର ଉପରେ ଆଧାରିତ। ଟ୍ରେଲର ରିଲିଜ୍‍ ହେବା ପରଠାରୁ ହିଁ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ‘ବଦଲା’କୁ ପ୍ରାୟ ୨୨୦୦ ପରଦାରେ ମୁକ୍ତିଲାଭ କରାଯାଇଛି। ପ୍ରାୟ ୩୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୩-୪ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅମିତାଭ ଓ ତାପସୀଙ୍କ ଯୋଡ଼ିକୁ ‘ପିଙ୍କ୍‍’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories