www.samajalive.in
Saturday, December 6, 2025
26.1 C
Bhubaneswar

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧାର୍ମିକ କାମରେ ବ୍ୟୟ ବୃଦ୍ଧି ଘଟିପାରେ।

ବୃଷ: ପରିଶ୍ରମ ଅଧିକ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ନିଷ୍ଠୁର ମନୋଭାବର ହେବା ଆଶା କରାଯାଏ।

- Advertisement -

ମିଥୁନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଧର୍ମକର୍ମ ସମ୍ପାଦନ କରିପାରନ୍ତି। ଦେବ ଦର୍ଶନରେ ଶାନ୍ତି ମିଳିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ବାସସ୍ଥାନ ଉତ୍ତମମାନର ହେବ।

କର୍କଟ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିଭିନ୍ନ ଉପାୟରେ ଧନ ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ଅତିସୁଖୀ ହେବେ। ଘାତଚନ୍ଦ୍ର ଯୋଗଁୁ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ଆୟ ଯଥେଷ୍ଟ ପରିମାଣର ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ଆଶାବାଦୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ସୁଷମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କାର୍ଯ୍ୟ ସହଜ ସୁଲଭ ହେବ। କଷ୍ଟଦାୟକ, କେବଳ ମଧୁର କଥା ଓ ଭଦ୍ରୋଚିତ ବ୍ୟବହାର ଯୋଗଁୁୁ ପରକୁ ଆପଣାର କରିବେ।

ତୁଳା: ଜ୍ଞାନ ପିପାସୁ ହୋଇପାରନ୍ତି। ସଦାସର୍ବଦା ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।

ବିଛା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ସାଧନା ଫଳବତୀ ହେବ। ସରକାରୀ ସ୍ତରରୁ ଲାଭ ପ୍ରାପ୍ତ ହେବେ।

ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: ଅର୍ଥ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇପାରନ୍ତି। ପ୍ରତିହିଂସା ପରାୟଣ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଅନୁଭବ କରିବେ। ନିଜ ମତରେ ଦୃଢ଼ ରହିବେ।

ମୀନ: ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ସମ୍ମାନିତ ହେବେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories