ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଟରନ୍ୟାସନାଲ ପ୍ରୋଟକଲ୍ ଭାଙ୍ଗି ପୁଟିନଙ୍କୁ ସ୍ୱାଗତ କରିଥିଲେ ମୋଦୀ । ଏହାପରେ ନିଜ ଗାଡିରେ ବସାଇ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ ଉଭୟ ନେତାଙ୍କ ମଧ୍ୟ କିଛି ସମୟ ଆଲୋଚନା ହେବା ପରେ ରାତ୍ରୀଭୋଜନର ଆୟୋଜନ ହୋଇଥିଲା । ବାସଭବନରେ ରାତ୍ରୀଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଏକ ଶ୍ରୀମଦ୍ ଭଗବଦ୍ ଗୀତା ଉପହାର ଦେଇଥିଲେ ।
Presented a copy of the Gita in Russian to President Putin. The teachings of the Gita give inspiration to millions across the world.@KremlinRussia_E pic.twitter.com/D2zczJXkU2
— Narendra Modi (@narendramodi) December 4, 2025
ରାଷ୍ଟ୍ରପତି ପୁଟିନଙ୍କୁ ରୁଷୀୟ ଭାଷାରେ ଲେଖାଥିବା ଏକ ଗୀତା ଉପହାର ପ୍ରଦାନ କରିଛନ୍ତି । ଏକ୍ସରେ ପୋଷ୍ଟ କରି ମୋଦୀ ଏହି ସୂଚନା ଦେଇଛନ୍ତି । ଏହା ସହିତ ମୋଦୀ କହିଛନ୍ତି ଗୀତାର ଶିକ୍ଷା ବିଶ୍ୱ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥାଏ ।



