www.samajalive.in
Friday, December 5, 2025
23.1 C
Bhubaneswar

ଆଜିଠୁ ଉଡ଼ିବ ୯ ସିଟ୍‌ ବିଶିଷ୍ଟ ଇଣ୍ଡିଆ ୱାନ୍‌

ରାଉରକେଲା: ନାନା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ୪ ମାସ ୧୨ ଦିନ ପରେ ଆଜିଠାରୁ ପୁଣିଥରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ା ଆଜି ଭୁବନେଶ୍ବରରୁ ଇଣ୍ଡିଆନ ୱାନ ଏୟାରର ଏକ ୯ ଆସନ ବିଶିଷ୍ଟ ବିମାନ ଯାତ୍ରୀଙ୍କୁ ନେଇ ୧୦ଟା ୫୦ରେ ଉଡାଣ ଆରମ୍ଭ କରି ରାଉରକେଲାରେ ୧୨ଟା ୫ରେ ପହଞ୍ଚିବ। ସେହିପରି ବିମାନଟି ୧୨ଟା ୨୫ରେ ରାଉରକେଲାରୁ ବାହାରି ଭୁବନେଶ୍ବରରେ ୧ଟା ୪୦ରେ ପହଞ୍ଚିବ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏନେଇ ଏକ ବାର୍ତ୍ତା ପ୍ରସାରିତ ହେବା ପରେ ରାଉରକେଲା ବିମାନଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଏଥିପାଇଁ ଗୁରୁବାର ସକାଳେ ରାଉରକେଲାରେ ଏହି ନୂଆ ସଂସ୍ଥା ଇଣ୍ଡିଆ ୱାନ ଏୟାର ସଂସ୍ଥା କର୍ମଚାରୀ ପହଞ୍ଚିଛନ୍ତି। ସେମାନଙ୍କୁ ରାଉରକେଲା ବିମାନ ବନ୍ଦରର ଟର୍ମିନାଲ କୋଠାରେ ଆବଶ୍ୟକ କାର୍ଯ୍ୟ ପାଇଁ ସ୍ଥାନ ପ୍ରଦାନ କରାଯାଇଛି। ଟିକଟ କାଟିବାଠାରୁ ଟିକଟ ଯାଞ୍ଚ ପର୍ଯ୍ୟନ୍ତ ସଂସ୍ଥାର କର୍ମଚାରୀ ସେମାନଙ୍କ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଟିକଟ ବୁକିଂ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ସପ୍ତାହରେ କେବଳ ଗୁରୁବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଏହି ବିମାନ ଚଳାଚଳ କରିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ବିମାନଟି ରାଉରକେଲା ଓ ଭୁବେନେଶ୍ୱର ମଧ୍ୟରେ ଥରେ ମାତ୍ର ଯାତାୟତ କରିବ। ତେବେ ଯାତ୍ରୀମାନଙ୍କର ସ୍ଥିତିକୁ ଦେଖି ଏହା ଦିନରେ ଦୁଇଥର ମଧ୍ୟ ଚଳାଚଳ କରିବାର ସମ୍ଭାବନା ରହିଛି।

- Advertisement -

ଏକ ସୂଚନା ଅନୁଯାୟୀ ଏହି ଟିକଟର ମୂଲ୍ୟ ୩୭୫୦ ଟଙ୍କା ରହିଥିବା ସାମାଜିକ ଗଣମାଧ୍ୟମରେ ଏକ ଖବର ଘୂରି ବୁଲୁଛି। ସୂଚନାଯୋଗ୍ୟ ରାଉରକେଲାରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ ବେଳେ ଏହି ବହୁ ପ୍ରତିକ୍ଷୀତ ବିମାନସେବା ଆରମ୍ଭ ହୋଇଥିଲା। ଆଲିୟାନ୍ସ ଏୟାର ସଂସ୍ଥାକୁ ଏହାର ବାଣିଜ୍ୟିକ ଲାଇସେନ୍ସ ମିଳିଥିଲା। ତେବେ ଗତ ଜୁଲାଇ ୧୬ତାରିଖ ଠାରୁ ଏହି ସଂସ୍ଥା ସମ୍ପୂର୍ଣ୍ଣ ବିମାନ ଚଳାଚଳ ବନ୍ଦ କରି ଦେଇଥିଲେ। ଫଳରେ ରାଉରକେଲାରୁ ବିମାନ ଆଉ ଉଡ଼ି ନ ଥିଲା। ଶେଷରେ ଛୋଟ ହେଲେ ମଧ୍ୟ ଏକ ବିମାନ ଉଡ଼ିବା ପାଇଁ ବ୍ୟବସ୍ଥା କରାଯିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି ା

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories