www.samajalive.in
Thursday, December 11, 2025
18.1 C
Bhubaneswar

ସିରିଜ ଦୁର୍ଘଟଣା, ମହିଳାଙ୍କ ସମେତ ୩ ମୃତ

ସୋର: ବାଲେଶ୍ଵର ଜିଲା ସୋରର ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଦଣ୍ଡକାଳୀଠାରେ ଗୁରୁବାର ରାତି ପ୍ରାୟ ୨ଟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ମୁତାବକ, ଦଣ୍ଡକାଳୀଠାରେ ରାସ୍ତା ଉପରେ ଉଦଳାରୁ ଭୁବନେଶ୍ଵର ଯାଉଥିବା ରୋହିତ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଛିଡ଼ା ହୋଇଥିଲା। ବସର ଯାତ୍ରୀମାନେ ବାହାରକୁ ବାହାରିଥିଲେ। ପୂର୍ବରୁ ବସ୍‌ ପଛରେ ଏକ ଟ୍ରକ ଛିଡ଼ା ହୋଇଥିଲା। ଉକ୍ତ ଟ୍ରକର ଟାୟାର ମରାମତି କରାଯାଉଥିଲା। ଏହି ସମୟରେ ପଛରୁ ଅନ୍ୟ ଏକ ଦ୍ରୁତଗାମୀ ଟ୍ରକ୍‌ ଆସି ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇ ଟ୍ରକ ପାଖରେ ଛିଡ଼ା ହୋଇଥିବା ହେଲପରଙ୍କ ଉପରେ ଚଢ଼ି ଯାଇଥିଲା। ଅନ୍ୟପଟେ ଛିଡ଼ା ହୋଇଥିବା ଟ୍ରକଟି ଆଗକୁ ଗଡ଼ିଯାଇ ପୂର୍ବରୁ ଅଟକିଥିବା ବସ୍‌ର ହେଲପର ଏବଂ ଜଣେ ମହିଳା ଯାତ୍ରୀଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖନ୍ତାପଡ଼ା ପୁଲିସ ମୁତ୍ୟୁ ବରଣ କରିଥିବା ବସ ହେଲପର,  ମହିଳା ଯାତ୍ରୀ ଓ ଟ୍ରକ ହେଲପରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଡାକ୍ତରଖାନାକୁ ପଠାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories