www.samajalive.in
Tuesday, December 9, 2025
16.1 C
Bhubaneswar

ଟାଇଫଏଡ ହୋଇଥିଲେ ଏହି ଖାଦ୍ୟ ଖାଇବା ଉଚିତ

ଟାଇଫଏଡ ଏକ ମାରାତ୍ମକ ରୋଗ ଅଟେ। ଏହି ରୋଗ ସାଧାରଣତଃ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହା ସାଲ୍ମୋନେଲା ଟାଇଫି ନାମକ ଏକ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ। ଏହି ବ୍ୟାକ୍ଟେରିଆ ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ଖାଦ୍ୟ, ପାନୀୟ ଥିବା ସ୍ଥାନରେ ଉତ୍ପନ ହୋଇଥାଏ। ଯେତେବେଳେ ଆପଣ ଜଙ୍କ ଫୁଡ ଓ ଦୂଷିତ ପାନୀୟ ସେବନ କରି ଥାଆନ୍ତି ସେତେବେଳେ ତାହା ଶରୀର ମଧ୍ୟକୁ ଯାଇଥାଏ। ପରେ ଏହା ଟାଇଫଏଡ ରୂପେ ଦେଖାଦେଇଥାଏ।

ଟାଇଫଏଡର ଲକ୍ଷଣ :

- Advertisement -

ଟାଇଫଏଡ ରୋଗ ହେଲେ ଥକ୍କାପଣ, ମୁଣ୍ଡବିନ୍ଧା, ଡାଇରିଆ, କୋଷ୍ଠକାଠିନ୍ୟ, ଅଧିକ ଥଣ୍ଡା ଲାଗିଥାଏ। ଏହାସହ ଅସ୍ତବ୍ୟସ୍ତ ଲାଗିବା ଓ ବାନ୍ତି ହେବା ପରି ଅନୁଭବ ହୋଇଥାଏ। ଟାଇଫଏଡ ରୋଗ ହେଲେ ବ୍ୟକ୍ତିମାନେ ନିଜର ଖାଦ୍ୟପାନୀୟ ପ୍ରତି ସଠିକ ଭାବେ ଧ୍ୟାନ ଦେବା ଉଚିତ। ଟାଇଫଏଡ ହେଲେ ଶରୀର ଦୁର୍ବଳ ହୋଇଯାଏ। ତେଣୁ ଏହି ସମୟରେ ଏପରି ଖାଦ୍ୟପେୟ ସେବନ କରିବା ଉଚିତ ଯାହାଦ୍ବାରା ଶରୀରକୁ ସଠିକ ମାତ୍ରାରେ ପୋଷକ ତତ୍ତ୍ବ ମିଳିଥାଏ।

ଅଧିକ ଭିଟାମିନର ସେବନ :

ଟାଇଫଏଡ ହୋଇଥିଲେ ଭିଟାମିନ ଏ, ବି ଓ ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହାଦ୍ବାରା ଟାଇଫଏଡ ଯୋଗୁଁ ହେଉଥିବା ଶାରୀରିକ ଦୁର୍ବଳତାରୁ ଶୀଘ୍ର ଉପଶମ ମିଳିବ। ଏହା ଶରୀରରେ ବ୍ୟାକ୍ଟେରିଆ ଓ କୀଟାଣୁ ସହ ଲଢିବାରେ ସହାୟକ ହୋଇଥାଏ। କମଳା, ଗାଜର ଓ ଆଳୁରେ ଅଧିକ ଭିଟାମିନ ରହିଛି।

ପ୍ରୋଟିନ, କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟର ସେବନ :

ଟାଇଫଏଡ ହେଲେ ଶାରୀରିକ ଦୁର୍ବଳତା ଅନୁଭବ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଅଧିକ ମାତ୍ରାରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ଖାଦ୍ୟର ସେବନ କରିବା ଉଚିତ। ତେଣୁ ଡ୍ରାଏ-ଫ୍ରୁଟ୍ସ, ଖଜୁରୀର ସେବନ କରିବା ଉଚିତ।

ତେଲଯୁକ୍ତ ଓ ମସଲା ଖାଦ୍ୟ ଖାଆନ୍ତୁ ନାହିଁ :

ଟାଇଫଏଡ ହୋଇଥିବା ସମୟରେ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ହଜମ କ୍ରିୟାକୁ ପ୍ରଭାବିତ କରିଥାଏ। ଏହା ପେଟର ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ବାରା ପାଚନ ଶକ୍ତିକୁ କ୍ଷୀଣ କରିଥାଏ। ଏପରି ହେବା ଦ୍ବାରା ଆପଣଙ୍କ ପାଚନ ପ୍ରକ୍ରିୟାରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ।

ଅଧିକ ପାନୀୟ ସେବନ କରନ୍ତୁ :

ଟାଇଫଏଡ ରୋଗ ହେଲେ ଅଧିକ ବାନ୍ତି ହୋଇଥାଏ। ଏହାଦ୍ବାରା ଶରୀରରୁ ଜଳୀୟ ଅଂଶର ଅଭାବ ଦେଖା ଦେଇଥାଏ। ତେଣୁ ସେହି ସମୟରେ ଏପରି ପାନୀୟର ସେବନ କରନ୍ତୁ ଯାହା ଆପଣଙ୍କ ଶରୀରକୁ ଶକ୍ତିକୁ ଯୋଗାଇବାରେ ସହାୟକ ହୋଇଥାଏ।

ଶୀଘ୍ର ହଜମ ହେଉଥିବା ଖାଦ୍ୟ :

ଟାଇଫଏଡ ରୋଗ ହେଲେ ଶରୀରରେ ହଜମ କ୍ରିୟା ପ୍ରଭାବିତ ହୋଇଥାଏ। ଏହି କାରଣରୁ ଖାଦ୍ୟ ହଜମ ହେବାରେ ଅଧିକ ସମୟ ଲାଗିଥାଏ। ତେଣୁ ଏହି ସମୟରେ ଏପରି ଖାଦ୍ୟ ଖାଆନ୍ତୁ ଯାହା ଶୀଘ୍ର ହଜମ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories