www.samajalive.in
Saturday, December 6, 2025
17.1 C
Bhubaneswar

କୋରାପୁଟ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ୩୦ଟି ଜଳବିଶୋଧନ ୟୁନିଟ୍‌ ସ୍ଥାପନ

ଭୁବନେଶ୍ୱର, : ବେଦାନ୍ତ ଆଲୁମିନିୟମ କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳିର ବିଦ୍ୟାଳୟ ଗୁଡ଼ିକରେ ୩୦ଟି ଜଳ ବିଶୋଧନ ୟୁନିଟ ସ୍ଥାପନ କରି ଓଡ଼ିଶାର ସ୍କୁଲପିଲାଙ୍କ ପାଇଁ ନିରାପଦ ପାନୀୟ ଜଳ ଉପଲବ୍ଧ କରାଇଛନ୍ତି, ଯାହାଦ୍ୱାରା ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାରମାନକୁ ସୁଦୃଢ଼ କରିବା ଲାଗି କମ୍ପାନୀର ଫ୍ଲାଗସିପ୍ ୱାଟର, ସାନିଟେସନ ଆଣ୍ଡ ହାଇଜିନ (ୱାଶ) କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି।

ୟୁ. ଏନ୍. ରାଜୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହାର ଉଦଘାଟନୀ ଉତ୍ସବରେ ଲକ୍ଷ୍ମୀପୁରର ବିଧାୟକ ପବିତ୍ର ସାଉନ୍ତା କହିଥିଲେ ଯେ ଏହି ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକ ପାଇଁ ନିରାପଦ ପାନୀୟ ଜଳ ଏକ ଜରୁରୀ ଆବଶ୍ୟକତା, ଯାହା ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ ।
ବିଦ୍ୟାଳୟଗୁଡ଼ିକ ରେ ଅଲଟ୍ରାଫିଲଟ୍ରେସନ ଟେକ୍ନୋଲୋଜି ବ୍ୟବହାର କରି ଜୀବାଣୁ, ବ୍ୟାକ୍ଟେରିଆ ଏବଂ ସିସ୍ଟ ସମେତ କ୍ଷତିକାରକ ରୋଗ ଜୀବାଣୁ ଅପସାରଣ କରିବା ସହିତ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଏବଂ ଜଳର ପ୍ରାକୃତିକ ସ୍ୱାଦ ବଜାୟ ରଖିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories