www.samajalive.in
Sunday, December 14, 2025
26.1 C
Bhubaneswar

ଆବାସିକ ଅଞ୍ଚଳ ଉପରେ ଆକ୍ରମଣ ନ କରିବା ପାଇଁ ପାକିସ୍ତାନକୁ ଚେତାବନୀ

ନୂଆଦିଲ୍ଲୀ: ସେନାବାହିନୀ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ କଡ଼ା ପହରା ଦେଉଛି। ପାକିସ୍ତାନ ଦ୍ୱାରା ଯେକୌଣସି ଦୁଃସାହସିକ କାର୍ଯ୍ୟର ପରିଣାମ ଭୟାବହ ହେବ ଓ ଏହାର ଠିକଣା ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ ନ କରିବା ପାଇଁ ସେନାବାହିନୀ ପାକିସ୍ତାନକୁ ଚେତାବନୀ ଦେବା ପରେ ନିୟନ୍ତ୍ରଣ ରେଖାରେ ପରିସ୍ଥିତି ଶାନ୍ତ ରହିଛି। ତେବେ ପାକିସ୍ତାନ ସେନାବାହିନୀ ଦ୍ୱାରା କ୍ରିଷ୍ଣାଘାଟୀ ଓ ସୁନ୍ଦରବନି ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଗୁଳିଗୋଳା ବର୍ଷଣ କରାଯାଇଥିଲା। ସେମାନେ ଭାରତୀୟ ଘାଟୀ ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ ଓ ସେନାବାହିନୀ ଦ୍ୱାରା ପ୍ରତ୍ୟାକ୍ରମଣ କରାଯାଇଥିଲା। ସେନାବାହିନୀ ଏକ ବିବୃତ୍ତିରେ କହିଛି, ପ୍ରତିରକ୍ଷା ବାହିନୀଗୁଡ଼ିକ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପ କେବଳ ଆତଙ୍କବାଦୀ ଓ ସେମାନଙ୍କର ମୌଳିକ ଢାଞ୍ଚାକୁ ଲକ୍ଷ୍ୟ କରି କରାଯାଉଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories