ବାନାନା ଟୋଷ୍ଟ
ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୪ଟି
ବଟର – ୨ଚାମଚ
ପିନଟ ବଟର – ଅଳ୍ପ
କଦଳୀ – ୧ଟି
ପେଷା ବାଦାମ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଏଥିରେ ବଟର ପକାଇ ପାଉଁରୁଟିକୁ ସେକି ଦିଅନ୍ତୁ। ଭଲ ଭାବେ ସେକିବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏହି ସେକା ପାଉଁରୁଟିରେ ପିନଟ ବଟର ଲଗାଇ ଦିଅନ୍ତୁ। ଏହା ପରେ କଦଳୀକୁ ଗୋଲ ଆକୃତିର କାଟି ଏହି ପାଉଁରୁଟି ଉପରେ ରଖନ୍ତୁ। ଏବେ ପେଷା ବାଦାମକୁ ପାଉଁରୁଟି ଉପରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାନାନା ଟୋଷ୍ଟ।