www.samajalive.in
Thursday, December 11, 2025
26.1 C
Bhubaneswar

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର ନଗ୍ନଦୃଶ୍ୟ। ସୀତା ଚୋରି ଅଭିନୟ ବଦଳେ ରାବଣ ଚରିତ୍ରରେ ଅଭିନୟ କରୁଥିବା କଳାକାର ଜଣକ ମଞ୍ଚ ଉପରେ ସୀତା ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କୁ ଉଲଗ୍ନ କରିବାର ଦୃଶ୍ୟ ଆଧ୍ୟାତ୍ମିକତାବାଦୀଙ୍କ ଭାବାବେଗ ଉପରେ ଗଭୀର କୁଠାରଘାତ କରିଛି। ଏହି ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ବୁଦ୍ଧିଜୀବୀ ମହଲରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ଏଭଳି ଚରିତ୍ରରେ ଅଭିନୟ କରିଥିବା କଳାକାର ଏବଂ ଏହାକୁ ରୂପ ଦେଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ମିଳିଥିବା ସୂଚନା ପ୍ରକାରେ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମରେ ଚିକିଲି ଓ ଜିଉରା ଗ୍ରାମର ଦୁଇଦଳ ରାମାୟଣ ନାଟକ ପରିବେଷଣ ହେଉଥିଲା। ନାଟକ ଦେଖିବା ପାଇଁ ଗ୍ରାମରେ ପ୍ରବଳ ଭିଡ଼ ହୋଇଥିଲା। ରାମାୟଣ କଥାବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ ବଦଳେ ଉଗ୍ର ଆଧୁନିକତା ଉପରେ ଜୋର ଦେଇ ଉଭୟ ନାଟ୍ୟ ଦଳ ନାଟକ ପରିବେଷଣ କରୁଥିଲେ। ଗୋଟିଏ ଦୃଶ୍ୟକୁ ଦୁଇଘଣ୍ଟା ଧରି ପରିବେଷଣ କରୁଥିଲେ। ଗୋଟିଏ ଦଳକୁ ପଛରେ ପକାଇ ଆଗକୁ ବଢ଼ିବା ପାଇଁ ଅନ୍ୟଦଳ କରୁଥିଲେ କସରତ। ପୌରାଣିକ ଗାଥାକୁ ପଛରେ ପକାଇ ଆଧୁନିକତା ଉପରେ ଅଧିକ ଧ୍ୟାନ ଦେଉଥିଲେ ଯାତ୍ରା କଳାକାର ।

- Advertisement -

ଦର୍ଶକଙ୍କୁ ନିଜ ସପକ୍ଷକୁ ନେବା ପାଇଁ କଳାକାରମାନେ କୁତ୍ସିତ ଅଭିନୟ କରୁଥିଲେ । ଜିଉରା ନାଟ୍ୟଦଳ ପରିବେଷଣ କରିଥିବା ସୀତା ଚୋରିର ଦୃଶ୍ୟ ସମସ୍ତ ଲକ୍ଷ୍ମଣ ରେଖା ଅତିକ୍ରିମ କରିଥିଲା। ନାଟକର ରାବଣ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ ଅଶ୍ଳୀଳ ଭାବଭଙ୍ଗୀ ଦେଖଣାହାରୀଙ୍କୁ ତାଜୁବ କରିଥିଲା। ଚରିତ୍ରକୁ ସମ୍ମାନ ଦେଇ ଅଭିନୟ କରିବା ପରିବର୍ତ୍ତେ କଳାକାରଜଣକ ହିତାହତ ଜ୍ଞାନ ହରାଇଥିଲେ। ଅତି ବେପରୁଆ ଢଙ୍ଗରେ ଅଭିନୟ କରିଥିଲେ। ତାଙ୍କର ଅଭିନୟକୁ ଗାଁରେ ଶହଶହ ମା’ ଓ ଭଉଣୀ ଦେଖୁଥିବା ସେ କୁଆଡେ ଭୁଲି ଯାଇଥିଲେ। ସୀତା ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କୁ ରାବଣ ଚରିତ୍ରରେ ଅଭିନୟ କରୁଥିବା କଳାକାର ଜଣକ ଏଭଳି ଢଙ୍ଗରେ ଅଶ୍ଲୀଳତା ପ୍ରଦର୍ଶନ କରିଲେ ଯାହା ସମସ୍ତ ପ୍ରକାର ସୀମା ଟପିଥିଲା।

ଏଥିପାଇଁ ଗାଁ ମୁଖିଆମାନେ ଯେତିକି ଦାୟୀ ନାଟକର ନିର୍ଦେଶକ ମଧ୍ୟ ସମ ପରିମାଣରେ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ କରିଛନ୍ତି। ମୌଳାଭଞ୍ଜାରେ ରହିଛି ରଘୁନାଥ ମନ୍ଦିର । ପ୍ରତିଦିନ ଶହଶହ ଭକ୍ତ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କୁ ଦର୍ଶନ କରିଥାନ୍ତି। କିନ୍ତୁ ଗ୍ରାମ ଭିତରେ ମାତା’ ସୀତାଙ୍କ ଚରିତ୍ରର ଧଜିଆ ଉଡାଇଲା ଭଳି ନାଟକ ପରିବେଶଣ କରାଯିବା କେତେଦୂର ସମିଚୀନ। କେବଳ ଏତିକି ନୁହେଁ ଜଣେ ଜଣାଶୁଣା ନୃତ୍ୟାଙ୍ଗନା ମଞ୍ଚ ଉପରେ ପରିବେଷଣ କରିଥିବା ଉତ୍ତେଜନା ସୃଷ୍ଟିକାରୀ ନୃତ୍ୟ ସଭ୍ୟ ସମାଜ ପ୍ରତି ଗଭୀର ରେଖାପାତ କରିଥିଲା।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories