www.samajalive.in
Friday, December 5, 2025
23.1 C
Bhubaneswar

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ ନଜରରେ ରଖି ୩ କିମି ପାହାଡ଼ ଚଢ଼ି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଛନ୍ତି କୋରାପୁଟ ଜିଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧଗୁଡା ପଞ୍ଚାୟତର ଦୁର୍ଗମାଞ୍ଚଳ ଫୁଟଘର ଗ୍ରାମରେ ୫ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ୩ କିମି ପାହାଡ଼ ଚଢ଼ିବାକୁ ପଡ଼ିଥାଏ।

ନନ୍ଦାହାଣ୍ଡି ବ୍ଲକରେ ୨୦୨୩ ମସିହାରେ କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପଦିନ ପରେ ବିଡିଓ ଫୁଟଘର ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଜାଣିବା ସହ ଆଲୋଚନା କରିଥିଲେ। ଅଭାବ ଅସୁବିଧା ଦୂର କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ତାହାକୁ ପରିପାଳନ ମଧ୍ୟ କରିଥିଲେ। ତେବେ ଗ୍ରାମରେ ଆଉ କିଛି ନୂତନ ସମସ୍ୟା ଉପୁଜିଛି ନା ନାହିଁ ତାହା ଜାଣିବା ପାଇଁ ବ୍ଲକର ସବୁ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ବ୍ୟକ୍ତିଗତ ଓ ମୌଳିକ ସମସ୍ୟାର ସମାଧାନ ହୋଇଯାଇଥିଲେ ମଧ୍ୟ କେବଳ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଜାଣିବାକୁ ପାଇଥିଲେ। ଏ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଥିଲେ। ଗ୍ରାମକୁ ଲମ୍ବିଥିବା ପାହାଡ଼ିଆ ରାସ୍ତାର କିଛି ଅଂଶରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଅବଶିଷ୍ଟ ରାସ୍ତା କାର୍ଯ୍ୟ ପାଇଁ ଅନୁଦାନ ଆସିଥିବାରୁ ତାହାର ମଧ୍ୟ ସମାଧାନ ହୋଇଯିବ ବୋଲି ଗାଁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories