www.samajalive.in
Wednesday, December 10, 2025
23.1 C
Bhubaneswar

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ ନଜରରେ ରଖି ୩ କିମି ପାହାଡ଼ ଚଢ଼ି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଛନ୍ତି କୋରାପୁଟ ଜିଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧଗୁଡା ପଞ୍ଚାୟତର ଦୁର୍ଗମାଞ୍ଚଳ ଫୁଟଘର ଗ୍ରାମରେ ୫ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ୩ କିମି ପାହାଡ଼ ଚଢ଼ିବାକୁ ପଡ଼ିଥାଏ।

ନନ୍ଦାହାଣ୍ଡି ବ୍ଲକରେ ୨୦୨୩ ମସିହାରେ କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପଦିନ ପରେ ବିଡିଓ ଫୁଟଘର ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଜାଣିବା ସହ ଆଲୋଚନା କରିଥିଲେ। ଅଭାବ ଅସୁବିଧା ଦୂର କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ତାହାକୁ ପରିପାଳନ ମଧ୍ୟ କରିଥିଲେ। ତେବେ ଗ୍ରାମରେ ଆଉ କିଛି ନୂତନ ସମସ୍ୟା ଉପୁଜିଛି ନା ନାହିଁ ତାହା ଜାଣିବା ପାଇଁ ବ୍ଲକର ସବୁ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ବ୍ୟକ୍ତିଗତ ଓ ମୌଳିକ ସମସ୍ୟାର ସମାଧାନ ହୋଇଯାଇଥିଲେ ମଧ୍ୟ କେବଳ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଜାଣିବାକୁ ପାଇଥିଲେ। ଏ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଥିଲେ। ଗ୍ରାମକୁ ଲମ୍ବିଥିବା ପାହାଡ଼ିଆ ରାସ୍ତାର କିଛି ଅଂଶରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଅବଶିଷ୍ଟ ରାସ୍ତା କାର୍ଯ୍ୟ ପାଇଁ ଅନୁଦାନ ଆସିଥିବାରୁ ତାହାର ମଧ୍ୟ ସମାଧାନ ହୋଇଯିବ ବୋଲି ଗାଁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

Related Articles

Popular Categories