www.samajalive.in
Saturday, December 6, 2025
26.1 C
Bhubaneswar

କଂଗ୍ରେସ ନେତାକୁ ରାଜନାଥଙ୍କ ଜବାବ; କହିଲେ ବାଲାକୋଟରେ କ’ଣ ‘ଗଛ’ ୩୦୦ ମୋବାଇଲ ବ୍ୟବହାର କରୁଥିଲେ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଆକ୍ରମଣରେ ୨୫୦ରୁ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯିବା ପରେ ଏହାର ପ୍ରମାଣ ମାଗିଛି କଂଗ୍ରେସ। କେତେକ କଂଗ୍ରେସ ନେତା ସରକାରଙ୍କୁ ସମାଲୋଚନା କରିବା ସହ ବାଲାକୋଟରେ ବିମାନ ଆକ୍ରମଣ କରି କ’ଣ ଗଛ ଓପାଡୁଥିଲ କି ବୋଲି ପ୍ରଶ୍ନ କରିଛନ୍ତି। ଏହାର ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି, ବାଲାକୋଟରେ ଆକ୍ରମଣ ସମୟରେ ୩୦୦ ମୋବାଇଲ କାର୍ଯ୍ୟକ୍ଷମ ଥିବା ଜାତୀୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ(ଏନଟିଆରଓ) ତଥ୍ୟ ଦେଇଛି। ତେଣୁ ସେଠାରେ ଥିବା ଗଛଗୁଡ଼ିକ କ’ଣ ୩୦୦ ମୋବାଇଲ ବ୍ୟବହାର କରୁଥିଲେ କି ବୋଲି ରାଜନାଥ ଓଲଟା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି।

ରାଜନାଥ ଭାରତ-ବାଂଲାଦେଶ ସୀମାନ୍ତରେ ସ୍ମାର୍ଟ ଫେନସିଂ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯେତେବେଳେ ଆକ୍ରମଣ ହେଲା ସେତେବେଳେ ବାଲାକୋଟରେ ୩୦୦ ମୋବାଇଲ ଫୋନ ସକ୍ରିୟ ଥିଲା ବୋଲି ଏନଟିଆରଓ ପକ୍ଷରୁ କୁହାଯାଇଛି। ଏନଟିଆରଓ ଯେଉଁ ତଥ୍ୟକୁ ଆଧାର କରି ସରକାର ମୃତକଙ୍କ ସଂଖ୍ୟା ଆକଳନ କରି କହିଛନ୍ତି। ଆକ୍ରମଣ ପରେ ଭାରତୀୟ ବାୟୁସେନା ପାଇଲଟମାନେ କ’ଣ ସେହି ସ୍ଥାନକୁ ଯାଇ ମୃତଦେହ ଗଣନା କରିବା ଉଚିତ ଥିଲା ? ବିରୋଧୀମାନେ ଏହାକୁ ନେଇ ନାଟକବାଜି କରୁଛନ୍ତି। ଯଦି କଂଗ୍ରେସ ନେତାମାନେ ମୃତ ଆତଙ୍କୀଙ୍କ ସଂଖ୍ୟା ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ନିଜ ବାଲାକୋଟ ଯାଇ ଗଣିଆସନ୍ତୁ। ଆଜି ହେଉ କି କାଲି, ସଂଖ୍ୟା ନିଶ୍ଚୟ ଦିନେ ଜଣାପଡ଼ିବ। ଏହାକୁ ନେଇ ଏତେ ରାଜନୀତି କରାଯିବା କ’ଣ ଦରକାର ବୋଲି ରାଜନାଥ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବର କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ ବିମାନ ଆକ୍ରମଣର ପ୍ରମାଣ ମାଗିବା ସହ କେନ୍ଦ୍ର ସରକାର ବାୟୁସେନା ଜରିଆରେ ବାଲାକୋଟରେ ବିମାନ ଆକ୍ରମଣ କରାଇ କ’ଣ ଗଛ ଓପାଡୁଥିଲେ ବୋଲି ପ୍ରଶ୍ନ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories