www.samajalive.in
Saturday, December 6, 2025
17.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଘଟଣାସ୍ଥଳରୁ ୩ଟି ଖୋକା ଠାବ

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ସ୍ଥଳରୁ ୯ଏମ୍‌ଏମ୍‌ର ୩ଟି ଖୋକା ଠାବ କରିଛି ପୁଲିସ୍ । ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ପୁଲିସ୍ କୁ ମିଳିଛି ବଡ଼ ତଥ୍ୟ । ବିସ୍ଫୋରଣ ସ୍ଥଳରୁ ୯ଏମ୍‌ଏମ୍‌ର ୩ଟି ଖୋକା ଜବତ କରିଛି ପୁଲିସ୍ । ସେଥି ମଧ୍ୟରୁ ୨ଟି ଅଫୁଟା ଓ ଗୋଟିଏ ଖାଲି ଖୋକା ଥିବା ପୁଲିସ୍ ସୂଚନା ଦେଇଛି । ୯ଏମ୍‌ଏମ୍ ପିସ୍ତଲ ସାଧାରଣ ଲୋକ ବ୍ୟବହାର କରିବା ପାଇଁ ଅନୁମତି ନାହିଁ । ଘଟଣାସ୍ଥଳରୁ ୯ଏମ୍‌ଏମ ଖୋକା ମିଳିବା ପରେ ଏହା ତଦନ୍ତ ଦିଗରେ ଏକ ବଡ଼ ସୁରାଖ ମିଳିଥିବା କୁହାଯାଉଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ଗୋଟିଏ ସପ୍ତାହ ବିତିଗଲାଣି । ଗତ ସୋମବାର ସନ୍ଧ୍ୟାରେ ଏକ ଧଳା ରଙ୍ଗର ଆଇ-୨୦କାର୍‌ରେ ବିସ୍ଫୋରଣ ଘଟିଥିଲା । ଘଟଣାରେ ଏପର୍ଯ୍ୟନ୍ତ ୧୩ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories