www.samajalive.in
Saturday, December 13, 2025
21.1 C
Bhubaneswar

ରାଜଧାନୀ ପୁସ୍ତକ ମେଳାରେ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଷ୍ଟଲ୍‌ ଉଦ୍‌ଘାଟିତ

‘ପୁସ୍ତକମେଳାକୁ ଚାହିଁ ରହିଥାନ୍ତି ପାଠକ’

ସମାଜ ଲାଇଭ୍‌: ପୁସ୍ତକର ବିକଳ୍ପ ନାହିଁ। ପୁସ୍ତକ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ହେଲେ ଏଭଳି ପୁସ୍ତକମେଳାର ଆବଶ୍ୟକତା ରହିଛି। ପୁସ୍ତକ ପ୍ରତି ପାଠକଙ୍କ ଶ୍ରଦ୍ଧା ରହିଛି ଏବଂ ପୁସ୍ତକ ମେଳାକୁ ସେମାନେ ଚାହିଁ ରହିଥାନ୍ତି ବୋଲି କହିଛନ୍ତି ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା।
ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ୨୫ତମ ରାଜଧାନୀ ପୁସ୍ତକମେଳାରେ ‘ସମାଜ’ ପକ୍ଷରୁ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଷ୍ଟଲ୍‌ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଷ୍ଟଲ୍‌ରେ ଲାଲା ଲଜପତ ରାୟ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅନେକ ପୁସ୍ତକ ଉପଲବ୍ଧ ରହିଛି। ପାଠକମାନେ ମନଲାଖି ପୁସ୍ତକ ଏଠାରୁ କିଣିପାରିବେ। ଏନେଇ ୧୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା ରହିଛି। ଏହାସହିତ ‘ସମାଜ’ ଖାତା ମଧ୍ୟ ଏଠାରେ ଉପଲବ୍ଧ ରହିଛି। ଅନ୍ୟତମ ଅତିଥିଭାବେ ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ୍‌ ଆଣ୍ଡ ଲେଟର୍ସର ନିର୍ଦେଶକ ନରେନ୍ଦ୍ର ନାରାୟଣ ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ, ପୁସ୍ତକମେଳା କମିଟିର ସଭାପତି ଡ. ଉପେନ୍ଦ୍ର ଜେନା, ଆବାହକ ରମେଶ ଚନ୍ଦ୍ର ସ୍ବାଇଁ, ବିଧୁଭୂଷଣ ପଟ୍ଟନାୟକ, ବୀରକିଶୋର ପ୍ରଧାନଙ୍କ ସମେତ ‘ସମାଜ’ର ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories