ନୂଆପଡା: ନୂଆପଡାରେ ବଡ ବିଜୟ ଲକ୍ଷ୍ୟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୧୮ ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ ଆଗରେ ରହିଛନ୍ତି । ଏହାରି ଭିତରେ ହଠାତ୍ ଆଗେଇଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟପିଯାଇଛନ୍ତି ।
୧୮ ରାଉଣ୍ଡ ସୁଦ୍ଧା ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ୍ରେ ଆଗୁଆ ରହିଛନ୍ତି ଜୟ । ବର୍ତ୍ତମାନ ସୁଦ୍ଧା ଜୟ ଢୋଲକିଆଙ୍କୁ ୮୮,୨୭୮ ଭୋଟ୍ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନକୁ କଂଗ୍ରେସ ଉତ୍ତୀର୍ଣ୍ଣ ହୋଇଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି, ୨୮,୩୬୬ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନକୁ ଖସିଛି ବିଜେଡି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୭,୪୩୮ ଭୋଟ୍ ।
୧୮ ରାଉଣ୍ଡ ସୁଦ୍ଧା ୫୯ ହଜାରରୁ ଅଧିକ ଭୋଟ ଆଗରେ ଜୟ
Popular Categories



