www.samajalive.in
Saturday, December 6, 2025
23.1 C
Bhubaneswar

ଓଏମସି ପରିଚାଳନା ନିର୍ଦ୍ଦେଶକଙ୍କ ବଡ଼ବିଲ ଖଣି ଅଞ୍ଚଳ ପରିଦର୍ଶନ ଓ ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ(ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ବଡ଼ବିଲ ଅଞ୍ଚଳରେ ଅବସ୍ଥିତ ନିଗମର ଲୁହା ଖଣିଗୁଡ଼ିକର ଦୁଇ ଦିନିଆ ସମୀକ୍ଷା ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଲ, ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣି ଏବଂ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ପରିଦର୍ଶନରେ ସାମଲ ଓଏମସିର ଲୁହା ପଥର ଖଣିଗୁଡ଼ିକରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ପ୍ରଥମ ଦିନରେ ଗୁଆଳି, ବାଂଶପାଣି ଏବଂ ଜିଲିଙ୍ଗ-ଲାଙ୍ଗାଲୋଟା ଲୁହା ଖଣିରେ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ କାର୍ଯ୍ୟ ସମୀକ୍ଷା କରିଥିଲେ। ଏହା ପରେ ବଡ଼ବିଲ ଅଞ୍ଚଳରେ ଓଏମସିର ସମସ୍ତ ଖଣି ପରିଚାଳକମାନଙ୍କ ସହିତ ଆଲୋଚନା କରି ଚଳିତ ଆର୍ଥିକ ବର୍ଷରେ ଉତ୍ପାଦନ ବୃଦ୍ଧି ବଜାୟ ରଖି ଗତ ଆର୍ଥିକ ବର୍ଷ ତୁଳନାରେ ଲୁହା ଉତ୍ପାଦନରେ ଅଧିକ ଅଭିବୃଦ୍ଧି ସୁନିଶ୍ଚିତ କରି ନୂତନ ରେକର୍ଡ ସ୍ଥାପନ କରିବା ସହ ସ୍ୱଚ୍ଛ ପ୍ରକ୍ରିୟାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଗୁଆଳି, ବାଂଶପାଣି, ଜିଲିଙ୍ଗ-ଲାଙ୍ଗାଲୋଟା, ଗନ୍ଧମାର୍ଦ୍ଦନ, ତିରିଂପାହାଡ, ରୋଇଡା-ସି, ଉଞ୍ଚାବାଲି, ଖଣ୍ଡବନ୍ଧ ଏବଂ ଡୁବୁନା- ସେକ୍ରାଡିହି ସମେତ ବଡ଼ବିଲ ଅଞ୍ଚଳର ଖଣି ପରିଚାଳକମାନଙ୍କ ସହିତ ଆଲୋଚନା କରିଥିଲେ।

- Advertisement -

ଦ୍ୱିତୀୟ ଦିନରେ, ପରିଚାଳନା ନିର୍ଦ୍ଦେଶକ ରୋଇଡା ସି, ତିରିଂପାହାଡ, ଖଣ୍ଡବନ୍ଧ, ଉଞ୍ଚାବଲି ଏବଂ ଡୁବୁନା-ସେକ୍ରାଡିହି ଖଣିରେ କାର୍ଯ୍ୟକ୍ଷମତା ସ୍ଥିତି ସମୀକ୍ଷା କରିବା ସହିତ ଚଳିତ ଆର୍ଥିକ ବର୍ଷରେ ସଂପୃକ୍ତ ଖଣି କ୍ଷେତ୍ରକୁ ଉତ୍ପାଦନ ଲକ୍ଷ୍ୟ ଓ ବିକ୍ରୟ ଲକ୍ଷ୍ୟ ପୂରଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories