www.samajalive.in
Friday, December 5, 2025
20.1 C
Bhubaneswar

ଭୋଟ ଦେଉଛି ନୂଆପଡା: ସକାଳ ୭ଟାରୁ ଭୋଟିଂ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ମୋଟ ୩୫୮ବୁଥରେ ଚାଲିଛି ମତଦାନ। ୩୧୧ଟି ବୁଥରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଅନ୍ୟ ୪୭ଟି ବୁଥେୀ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ନୂଆପଡା ବାସୀ । ୩୫୮ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ହଜାର ୬୨୪ଭୋଟର ।

କଡ଼ା ସୁରକ୍ଷା ଭିତରେ ବୁଥ୍‌କୁ ଯାଇଛି ଇଭିଏମ୍ । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।

- Advertisement -

ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ ୬ଟି ପିଙ୍କ ବୁଥ୍ କରାଯାଇଛି । ସମସ୍ତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ ଓ ଅନ୍ୟାନ ସୁବିଧା ସୁଯୋଗର ବ୍ୟବସ୍ଥା ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜଣେ ଏସପି ଓ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଇନ୍ସପେକ୍ଟର, ୧୫୧ ଏସଆଇ ଓ ଏଏସଆଇ, ୧୦୩ ହାବିଲଦାର, ୪୭୭ଜଣ କନେଷ୍ଟବଲ, ୧୫୯ ଏପିଆର କନେଷ୍ଟବଲ, ୩୭ ଓଏପିଏଫ, ୨୮୭ଜଣ ଗୃହରକ୍ଷୀ ସମେତ ସିଏପିଏଫ ୧୪ କମ୍ପାନି, ଏସଏପି ୬ପ୍ଲାଟୁନ ୨ସେକ୍ସନ ଯବାନ ନିୟୋଜିତ ହୋଇଛନ୍ତି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories