www.samajalive.in
Friday, December 5, 2025
27.1 C
Bhubaneswar

କୋରାପୁଟ ମୁହାଁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି: କୋରାପୁଟରେ ଚାଲିଛି ‘କମ୍ରେଡ କଲ୍ୟାଣ’ ଫିଲ୍ମର ସୁଟିଂ

ଭୁବନେଶ୍ୱର,୧୦/୧: କୋରାପୁଟ  ଜିଲ୍ଲାର ପ୍ରାକୃତିକ ପରିବେଶ ସବୁ ସମୟରେ  ଫିଲ୍ମ ସୁଟିଂ ଲାଗି ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ  ଆକୃଷ୍ଟ କରି ଆସିଛି । ଆଗରୁ ଏଠାରେ  ଓଡ଼ିଆ ଫିଲ୍ମ ସୁଟିଂ ହେଉଥିଲା । ବର୍ତ୍ତମାନ  ଦକ୍ଷିଣ ଭାରତୀୟ ଫିଲ୍ମ(ତେଲୁଗୁ ଓ  ତାମିଲ)ସୁଟିଂ ପାଇଁ କୋରାପୁଟ ଜିଲ୍ଲାରେ  ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କ ଭିଡ଼  ଜମୁଛି । ନିକଟରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲି ତାଙ୍କର ଏକ ହାଇ  ବଜେଟର ଫିଲ୍ମ ଏସଏସବିଏମ ୨୯ ସୁଟିଂ  ପାଇଁ ଡେରା ପକାଇଥିଲେ । ତାଙ୍କ ସହିତ  ଅଭିନେତା ମହେଶ ବାବୁ ଓ ଅଭିନେତ୍ରୀ  ପ୍ରିୟଙ୍କା ଚୋପ୍ରା ମଧ୍ୟ କୋରାପୁଟ ଆସିଥିଲେ ।  ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ତ୍ତମାନ ନକ୍ସଲଙ୍କ ଜୀବନଧାରା ଉପରେ ତେଲୁଗୁ  ଫିଲ୍ମ ‘କମ୍ରେଡ କଲ୍ୟାଣ’ର ସୁଟିଂ ଚାଲିଛି ।  ଫିଲ୍ମରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ  ସହିତ କେତେକ ସିନ୍‌ରେ ସ୍ଥାନୀୟ ଯୁବକ  ଯୁବତୀଙ୍କୁ ଅଭିନୟର ସୁଯୋଗ ଦେଉଛି  ଫିଲ୍ମ ପ୍ରଯୋଜନା ସଂସ୍ଥା । ଦକ୍ଷିଣୀ ଫିଲ୍ମ ଇଣ୍ଡଷ୍ଟ୍ରି  କୋରାପୁଟକୁ ଫିଲ୍ମ ସୁଟିଂ ପାଇଁ ଗୁରୁତ୍ୱ ଦେବା  ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଉଛି ।

ଦେଓମାଳି, ତଳମାଳି, କାଳିଆମାଳି,  ଜୟପୁର, ସେମିଳିଗୁଡ଼ା, କୋରାପୁଟ  ଜଗନ୍ନାଥ ମନ୍ଦିର, ଡୁଡୁମା ଆଦି ବିଭିନ୍ନ  ସ୍ଥାନରେ ଏହି ଫିଲ୍ମ କମ୍ରେଡ କଲ୍ୟାଣର  ସୁଟିଂ ଚାଳିଛି । ଏହି ଫିଲ୍ମର ନିର୍ଦ୍ଦେଶକ  ଜାନକୀ ରାମ ମାରେଲା, ନିର୍ମାତା ଭେଙ୍କଟ  କ୍ରିଷ୍ଣା ରହିଥିବା ବେଳେ ମୁଖ୍ୟ ଚରିତ୍ର ତଥା  ନାୟକ ଭାବେ ତେଲଗୁ ଷ୍ଟାର ଶ୍ରୀବିଷ୍ଣୁ ଓ  ନାୟିକା ଭାବେ ମାଲାୟଲମ ଅଭିନେତ୍ରୀ  ମହିମା ନାମ୍ବିଆର ଅଭିନୟ କରୁଛନ୍ତି ।  ନକ୍ସଲଙ୍କ ଜୀବନ ଉପରେ ଆଧାରିତ ଏହି  ଫିଲ୍ମ କାଳିଆ ମାଳି, ଦୁଧାରୀ ଓ କୋରାପୁଟ  ଜଗନ୍ନାଥ ମନ୍ଦିର ଠାରେ ସୁଟିଂ ହୋଇ  ସାରିଛି । ଆଗକୁ ପ୍ରାୟ ୧୦/୧୨ ଦିନ ଧରି  ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ ହେବ ବୋଲି  ପ୍ରଯୋଜନା ସଂସ୍ଥାକୁ ସହଯୋଗ କରୁଥିବା  ସେମିଳିଗୁଡ଼ାର ଯୁବକ ଗୌତମ କହିଛନ୍ତି ।  ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ପାଇଥିବା  ସ୍ଥାନୀୟ ଅଞ୍ଚଳର ମହିଳା ପିଙ୍କି ଦାସ  କହିଛନ୍ତି ଯେ ଅଭିନୟର ସୁଯୋଗ ପାଇ  ସେ ବହୁତ ଉତ୍ସାହିତ। ଫିଲ୍ମରେ ସ୍ଥାନୀୟ  କଳାକାରଙ୍କୁ ସୁଯୋଗ ମିଳୁଛି ଏବଂ ସ୍ଥାନୀୟ  ଲୋକଙ୍କୁ ରୋଜଗାର ମଧ୍ୟ ମିଳୁଛି

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories