www.samajalive.in
Saturday, December 6, 2025
23.1 C
Bhubaneswar

ଭାବବିହ୍ବଳ ଦୃଶ୍ୟ: ହେ ଜଗାରେ ମୋ ପୁଅକୁ ଭଲ କରି ଦେ

ପୁରୀ, ୯।୧୧ (କାର୍ଯ୍ୟାଳୟ): ଜଣେ ବାପା ସବୁଠି ନିରାଶ ହେବା ପରେ ଭାବବିହ୍ବଳ ହୋଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦ୍ବାରସ୍ଥ ହୋଇଛନ୍ତି। ରବିବାର ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜ ରୋଗାକ୍ରାନ୍ତ ପୁଅକୁ ବାପା ଜଣକ ପ୍ରଥମେ ପତିତପାବନ ଏବଂ ‌େ‌ଶଷରେ ମହାପ୍ରଭୁଙ୍କ ପାଟ ଅଗଣାରେ ସମର୍ପି ଦେଇଛନ୍ତି। ଡାକ୍ତର ମନା କରିବା ପରେ ଶେଷରେ ଶ୍ରୀଜଗନ୍ନାଥଙ୍କୁ ଆଶ୍ରା କରିଛନ୍ତି। ପତିତପାବନ ଗୁମୁଟ ନିକଟରେ ପୁଅକୁ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରି ବହୁତ କାନ୍ଦିଛନ୍ତି। ସାଆନ୍ତେ ଚାହିଁଲେ ତାଙ୍କ ପୁଅ ଭଲ ହୋଇ ଘରକୁ ଫେରିବ ବୋଲି ବାପା ଆଶା କରିଛନ୍ତି। ଡାକ୍ତର ମନା କରିବା ପରେ ବାପା କାଳିଆ ଦୁଆରେ ପୁଅକୁ ଗଡ଼ାଇ ଦେଇଛନ୍ତି। ତୁ ତ ଜଗତର ନାଥ, କାଳିଆ ଠାକୁର। ଏବେ ତୁ ଚାହିଁଲେ ମୋ ପୁଅକୁ ରଖିବୁ। ରବିବାର ଅବକାଶ ନୀତି ପରେ ପତିତପାବନ ନିକଟରେ ମଣିମାଙ୍କ ପାଦ ଧୁଆ ପାଣି ଟିକେ ସେବକମାନେ ଛିଞ୍ଚି ଦେଇଥିଲେ। ପରେ ପୁଅଟି ସାମାନ୍ୟ ହଲ୍‌ଚଲ ହୋଇଥିବା ଦେଖିବାକୁ ମିଳିଥିଲା। ସେବକମାନେ ମହାପ୍ରଭୁଙ୍କ ନିକଟକୁ ନେବା ପାଇଁ କହିଥିଲେ। ବାପା ଜଣକ ଟିକେ ସ୍ଥିର ହୋଇ ବଡ଼ ଦେଉଳ ଭିତରକୁ ପୁଅକୁ ଧରି ଯାଇଥିଲେ। ପୁଅ ସୁସ୍ଥ ନହେବା ପର୍ଯ୍ୟନ୍ତ କାଳିଆ ଦୁଆରେ ଭରସା କରି ଅପେକ୍ଷା କରିବେ ବୋଲି ସେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories