ସମାଜ ଲାଇଭ ଡେସ୍କ : ଗୁଜୁରାଟରେ ଜଣେ ମହିଳା ଲଙ୍କାଗୁଣ୍ଡ ପକାଇ ଲୁଟ୍ କରୁଥିବା ସମୟରେ ୧୮ ଚାପୁଡ଼ା ଖାଇଛନ୍ତି । ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ଏକ ଗହଣା ଦୋକାନରୁ ଲୁଟ୍ ଉଦ୍ୟମ କରୁଥିବା ବେଳେ ଦୋକାନୀ ଜଣଙ୍କ ତାଙ୍କୁ ୧୮ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି । ଭିଡ଼ିଓଟି ଗୁଜୁରାଟର ଅହମ୍ମଦାବାଦ ସହରର ହୋଇଥିବା ଭିଡ଼ିଓରୁ ଜଣା ପଡ଼ିଛି । ଭିଡ଼ିଓରେ ଏହା ସ୍ପଷ୍ଟ ଜଣା ପଡୁଛି ଯେ , ଜଣେ ମହିଳା ଏକ ଗହଣା ଦୋକନକୁ ଯାଇ ଗହଣା ଦେଖୁଥିବା ସମୟରେ ହଠାତ୍ ଦୋକାନୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫୋପାଡ଼ିଥିଲେ । ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବା ସତ୍ତ୍ୱେ ନିଜକୁ ସମ୍ଭାଳି ଦୋକାନୀ ମହିଳା ଜଣଙ୍କୁ ୧୮ ଚାପୁଡ଼ା ମାରି ମହିଳାଙ୍କୁ ଦୋକାନରୁ ବାହାର କରିଥିବା ଭିଡ଼ିଓରୁ ଜଣା ପଡ଼ିଛି ।



