www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ଉପରେ ଜଳିଗଲା ଚଳନ୍ତା ଥାର, ଅଳ୍ପକେ ବର୍ତିଲେ ଚାଳକ ସମେତ ୪ ଜଣ

ବାଳକାଟି,୭।୧୧:ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ଟଙ୍କପାଣି ଟ୍ରାଫିକ ଛକ ନିକଟରେ ଏକ ଚଳନ୍ତା ଥାର ଗାଡି ଜଳିଯାଇଥିବା ଜଣାପଡିଛି ।  ଫଳରେ ଏଥିରେ ବସିଥିବା ଚାଳକ ସମେତ ୩ ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।   ଖବରନେବାରେ ଜଣାପଡିଛି ଭୁବନେଶ୍ୱର ଅଞ୍ଚଳରୁ ୩ ରୁ ୪ ଜଣ ଯୁବକ ଏକ ଥାର ଗାଡି ଯୋଗେ ଲିଙ୍ଗିପୁର ଆଡକୁ ଯାଉଥିଲେ ।  ସନ୍ଧ୍ୟା ପ୍ରାୟ ୭ ଟାରେ ଉପରୋକ୍ତ ସ୍ଥାନରେ ହଠାତ ଗାଡିର ପଛ ପଟୁ ଧୂଆଁ ବାହାରିଥିଲା । ଲୋକେ ଏହା ଦେଖି ଚାଳକଙ୍କୁ କହିଥିଲେ ।  ଚାଳକ ଏବଂ ସେଥିରେ ବସିଥିବା ୨ ରୁ ୩ ଜଣ ଯୁବକ ଭୟଭୀତ ହୋଇ ଗାଡିରୁ ଡେଇଁପଡ଼ିଥିଲେ ।   କିଛି କ୍ଷଣ ଭିତରେ ଗାଡିଟି ହୁଦ ହୁଦ ହୋଇ ଜଳି ଉଠିଥିଲା । ରାସ୍ତା ଉପରେ ଗାଡି ଜଳୁଥିବାରୁ ଭୁବନେଶ୍ୱରରୁ ଉତ୍ତରା ଅଭିମୁଖେ ଯାଉଥିବା ଯାନବାହାନ ଚଳାଚଳ ବ୍ୟାଘାତ ଦେଖାଯିଵା ସହ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।  ଖବରପାଇ ବଡ଼ଗଡ଼ ଥାନା ପୁଲିସ ଏବଂ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇ ଥିଲେ । ପ୍ରାୟ ୩୦ ମିନିଟ ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।  ଗାଡିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories