www.samajalive.in
Wednesday, December 10, 2025
23.1 C
Bhubaneswar

ବନରକ୍ଷୀଙ୍କୁ ଦୁର୍ବ୍ୟବହାର ଘଟଣା ଟ୍ରାକ୍ଟର ଚାଳକ ଗିରଫ

ପାଟଣା-୭/୧୧: ବନାଞ୍ଚଳ ତଣ୍ଡୋ ବିଟ ବନରକ୍ଷୀ ଦେବଜାନୀ ମହାନ୍ତ ଙ୍କୁ ଗତ ୩୧ ତାରିଖ ଅପରାହ୍ନ ରେ ଦୁର୍ବ୍ୟବହାର କରି ବାଲି ବୋଝେଇ କରିଥିବା ଏକ ଟ୍ରାକ୍ଟର ଚାଳକଙ୍କୁ ଆଜି ବନବିଭାଗ ଗିରଫ କରିଛି।ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି। ଗିରଫ ଟ୍ରାକ୍ଟର ଚାଳକ ଜଣକ ପିଛୁଳାବେଡା ଗ୍ରାମର ଧରଣୀଧର ନାୟକ(୩୦)ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ବନରକ୍ଷୀ ଶ୍ରୀମତୀ ମହାନ୍ତ ଟ୍ରାକ୍ଟର ଜବଦ କରୁଥିବା ସମୟରେ ବାଲି ବୋଝେଇ ଟ୍ରାକ୍ଟର ରୁ ବାଲି ଅନଲୋଡ଼ କରି ଟ୍ରାକ୍ଟର କୁ ଚାଳକ ନେଇ ଯାଇଥିଲେ।ଆଜି ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡା ବନପାଳ ଶ୍ରୀମନ୍ତ ବେହେରା, ବନରକ୍ଷୀ ଦେବଜାନୀ ମହାନ୍ତ, ହୃଦାନନ୍ଦ ମହାନ୍ତି, ଓ ରଞ୍ଜିତା ମହାନ୍ତ ପ୍ରମୁଖ ପିଛୁଳାବେଡ଼ାରେ ଚଢ଼ାଉ କରି ଧରଣୀଧର ଙ୍କୁ ଗିରଫ କରିଛନ୍ତି।ତାଙ୍କ ଠାରୁ ସୂଚନା ଆଧାରରେ ଅନ୍ୟ ମାନଙ୍କୁ ଗିରଫ କରିବ ବୋଲି ବନବିଭାଗ କହିଛି।

Hot this week

ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories