www.samajalive.in
Friday, December 5, 2025
23.1 C
Bhubaneswar

ବନରକ୍ଷୀଙ୍କୁ ଦୁର୍ବ୍ୟବହାର ଘଟଣା ଟ୍ରାକ୍ଟର ଚାଳକ ଗିରଫ

ପାଟଣା-୭/୧୧: ବନାଞ୍ଚଳ ତଣ୍ଡୋ ବିଟ ବନରକ୍ଷୀ ଦେବଜାନୀ ମହାନ୍ତ ଙ୍କୁ ଗତ ୩୧ ତାରିଖ ଅପରାହ୍ନ ରେ ଦୁର୍ବ୍ୟବହାର କରି ବାଲି ବୋଝେଇ କରିଥିବା ଏକ ଟ୍ରାକ୍ଟର ଚାଳକଙ୍କୁ ଆଜି ବନବିଭାଗ ଗିରଫ କରିଛି।ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି। ଗିରଫ ଟ୍ରାକ୍ଟର ଚାଳକ ଜଣକ ପିଛୁଳାବେଡା ଗ୍ରାମର ଧରଣୀଧର ନାୟକ(୩୦)ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ବନରକ୍ଷୀ ଶ୍ରୀମତୀ ମହାନ୍ତ ଟ୍ରାକ୍ଟର ଜବଦ କରୁଥିବା ସମୟରେ ବାଲି ବୋଝେଇ ଟ୍ରାକ୍ଟର ରୁ ବାଲି ଅନଲୋଡ଼ କରି ଟ୍ରାକ୍ଟର କୁ ଚାଳକ ନେଇ ଯାଇଥିଲେ।ଆଜି ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡା ବନପାଳ ଶ୍ରୀମନ୍ତ ବେହେରା, ବନରକ୍ଷୀ ଦେବଜାନୀ ମହାନ୍ତ, ହୃଦାନନ୍ଦ ମହାନ୍ତି, ଓ ରଞ୍ଜିତା ମହାନ୍ତ ପ୍ରମୁଖ ପିଛୁଳାବେଡ଼ାରେ ଚଢ଼ାଉ କରି ଧରଣୀଧର ଙ୍କୁ ଗିରଫ କରିଛନ୍ତି।ତାଙ୍କ ଠାରୁ ସୂଚନା ଆଧାରରେ ଅନ୍ୟ ମାନଙ୍କୁ ଗିରଫ କରିବ ବୋଲି ବନବିଭାଗ କହିଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories