ସମାଜ ଡିଜିଟାଲ ଡେସ୍କ: ନୂଆପଡାରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆପଡଶରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଖରିଆରରେ ନବୀନ ରୋଡ କରୁଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି । ଖରିଆରରେ ସ୍ୱତନ୍ତ୍ର ବସରେ ରୋଡ ସୋ କରୁଛନ୍ତି ନବୀନ । ଖରିଆରରୁ ନୂଆପଡା ପର୍ଯ୍ୟନ୍ତ ପ୍ରାୟ ୧୫କିମି ପର୍ଯ୍ୟନ୍ତ ରୋଡ ସୋରେ ଯିବେ । ଗତ ୩ ତାରିଖରେ କୋମନାରେ ନବୀନ ଜନସଭା କରିବା ସହ ଲୋକଙ୍କୁ ସମ୍ବୋଦନ କରିଥିଲେ । ପଛୁଆ ନୂଆପଡା ଜିଲାକୁ ବିକଶିତ କରିଥିଲେ ନବୀନ । ଲୋକଙ୍କ ସମର୍ଥନ ରହିଛି ଓ ଆଗକୁ ରହିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।
Popular Categories



