www.samajalive.in
Friday, December 5, 2025
26.1 C
Bhubaneswar

ସୁରେଶର ପ୍ରଶ୍ନପତ୍ର; ଶଙ୍କରର ଦଲାଲ

ଭୁବନେଶ୍ବର/ବ୍ରହ୍ମପୁର: ପୁଲିସ ସବ୍‌ ଇନ୍ସପେକ୍ଟର(ଏସ୍ଆଇ) ପରୀକ୍ଷା ଅନିୟମିତତା ମାମଲାରେ ତଥ୍ୟକୁ କ୍ରିୟାଶୀଳ କରିଛି କ୍ରାଇମ୍‌ବ୍ରାଞ୍ଚ। ତଦନ୍ତ ‌େ‌ଯତିକି ବଢ଼ୁଛି, ନୂଆ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି। ସୋମବାର ଏହି ମହାଦୁର୍ନୀତିରେ ସମ୍ପୃକ୍ତ ଥିବା ସିଲିକନ ଟେକ୍‌ଲାବ୍‌ ପ୍ରା. ଲି.ର ସିଇଓ ତଥା ମାଲିକ ସୁରେଶ ନାୟକଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୋଷ୍ଟୱାଣ୍ଟେଡ୍‌ ଶଙ୍କର ପୃଷ୍ଟି ଓ ସୁରେଶଙ୍କୁ ମୁହଁାମୁହଁି ଜେରା କରାଯାଇଛି। ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚର ୨ଟି ଗାଡିରେ ପୃଥକ ଭାବେ ଶଙ୍କର ଓ ସୁରେଶଙ୍କୁ ବ୍ରହ୍ମପୁର ଅଣାଯାଇଥିଲା। ଅଦାଲତରେ ହାଜର ପରେ ଉଭୟଙ୍କୁ ରାତିରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ତରେ ନେବାକୁ ଆବେଦନ କରିଛି କ୍ରାଇମ୍‌ବ୍ରାଞ୍ଚ। ଆସନ୍ତାକାଲି ଆବେଦନର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

ଦୁଇଦିନ ଧରି ସୁରେଶ ଓ ଶଙ୍କରଙ୍କୁ ସାମ୍ନା ସାମ୍ନି ଜେରା କରିବା ପରେ କ୍ରାଇମ୍‌ବ୍ରାଞ୍ଚ ହାତ‌େ‌ର ନୂଆ ତଥ୍ୟ ଲାଗିଛି। ପ୍ରଶ୍ନପତ୍ର ଛପା ଓ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବା ଟ୍ରାନ୍ସପୋର୍ଟ ଦାୟିତ୍ବ ସୁରେଶ ସଂସ୍ଥା ସିଲିକନ ଟେକଲାବ୍‌ ନେଇଥିଲା। ଏହି ବଡ଼ଧରଣର ଅନିୟମିତତା କରି ଟଙ୍କା ଆତ୍ମସାତ କରିବାକୁ ପରସ୍ପର ଯୋଜନା କରିଥିଲେ। ଯୋଜନାବଦ୍ଧ ଭାବେ ଉଭୟ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି କରୁଥିଲେ। ଶଙ୍କରକୁ ଦିଲ୍ଲୀରେ ରହି ଏହି ଅନିୟମିତତା ପରିଚାଳନା କରିବାକୁ ସୁରେଶ କହିଥିଲା। ଏଥିସହ ସୁରେଶ ପାଖରେ ପ୍ରଶ୍ନପତ୍ର ସମ୍ପର୍କିତ ସବୁ ତଥ୍ୟ ଥିଲା। ଶଙ୍କରର ଦଲାଲ ନେଟୱର୍କ ଥିବାରୁ ତାକୁ ଆଧାର କରି ମୋଟା ଅଙ୍କର ଟଙ୍କା ହାତେଇବା ଷଡ଼ଯନ୍ତ୍ର ହୋଇଥିଲା। ଯେତେବେଳେ ବ୍ରହ୍ମପୁର ପୁଲିସ ଆଶାୟୀ ଓ ଦଲାଲଙ୍କୁ ପ୍ରଥମେ ଗିରଫ କଲା ସେତେବେଳେ ସୁରେଶ ଲାପ୍‌ଟପ୍‌ରୁ ଅତି ଚତୁରତାର ସହ ସବୁ ତଥ୍ୟ ଡିଲିଟ୍‌ କରିଦେଇଥିଲା। ଘଟଣା ପ୍ରଘଟ ହେବା ପରେ ଶଙ୍କର ସହ ସୁରେଶ ନିରନ୍ତର ଯୋଗାଯୋଗରେ ଥିଲା। ଏଥିସହ ସୁରେଶର ନୂଆଦିଲ୍ଲୀସ୍ଥିତ କାଲକାଜିରେ ଥିବା କମ୍ପାନୀର ଗେଷ୍ଟ ହାଉସରେ ଶଙ୍କରକୁ ଆଶ୍ରୟ ଦେଇଥିଲା। ପରେ ଉକ୍ତ ପରିସରରୁ ଶଙ୍କରକୁ ଖସାଇଦେବାରେ ସୁରେଶ ସହାୟତା କରିଥିଲା ବୋଲି କ୍ରାଇମ୍‌ବାଞ୍ଚ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ସେମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସହ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ଏହି ଲିଙ୍କ୍‌ ମିଳିବା ପରେ ସୁରେଶକୁ ଗିରଫ କରାଯାଇଛି।

- Advertisement -

ଅନୁରୂପ ଭାବେ ଶଙ୍କର ଓ ସୁରେଶକୁ ଜେରା କରିବା ପରେ ଏହି ଦୁର୍ନୀତିରେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି। ଆଇଟିଆଇ ଲି., ସିଲିକନ୍ ଓ ଓପିଆର୍‌ବିର କିଛି କର୍ମଚାରୀଙ୍କ ଲାଗି ଅଡୁଆ ବଢ଼ିଛି। ସେମାନଙ୍କ ସମ୍ପୃକ୍ତି ନେଇ ଖୋଳତାଡ଼ ସହ କିଛି କର୍ମଚାରୀଙ୍କ ତାଲିକା ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଏହି ଡିଲ୍‌ ସିଣ୍ଡିକେଟ ପଛରେ କାହାର ସମ୍ପୃକ୍ତି ରହିଛି ଓ କାହା ଛତ୍ରଛାୟାରେ କଳା ଚିଠା ତିଆରି ହେଉଥିଲା, ସେଦିଗରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ। ସେହିପରି ନୂଆ ତଥ୍ୟ ଯୋଗାଡ଼ ଲାଗି ଜେରା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ଷଡ଼ଯନ୍ତ୍ରର ଖିଅ ଖୋଜିବା ଲାଗି ୩ ଦଲାଲ ମୁନା ମହାନ୍ତି, ଲୋକନାଥ ସାହୁୁ ଓ ପ୍ରିୟଦର୍ଶିନୀ ସାମଲଙ୍କୁ ୪ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ତଦନ୍ତକାରୀ ଦଳ। ମୁନା ଓ ଶଙ୍କରକୁ ସାମ୍ନାସାମ୍ନି ଜେରା କରି ଅନେକ ବଡ଼ ସୁରାକ ହାତେଇଛି ତଦନ୍ତକାରୀ ଦଳ। ଏଥିସହ ଶଙ୍କରର ଆଉ ଜଣେ ସହଯୋଗୀ ଅରବିନ୍ଦ ଦାଶକୁ ରିମାଣ୍ଡରେ ଅାଣି ଜେରା କରିବାକୁ ଆବେଦନ ହୋଇଛି। ଅରବିନ୍ଦ ଦୀଘାରେ ହେବାକୁ ଥିବା ପରୀକ୍ଷାର ଚାକିରି ଆଶାୟୀଙ୍କ ମଧ୍ୟସ୍ଥି ଥିଲା। ଏଥିସହ ଶଙ୍କର ଓ ସୁରେଶଙ୍କ ସମେତ ଗିରଫ ଦଲାଲଙ୍କ ଆର୍ଥିକ କାରବାର ଦିଗରେ ଗୋଟିଏ ଦଳ ଖୋଳତାଡ଼ କରୁଛି। ଏହିସବୁ ଡାଟା ରିକଭରି ଲାଗି ସୁରେଶର ଲାପ୍‌ଟପ୍, ମୋବାଇଲ, ହାର୍ଡ ଡିସ୍କକୁ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ପଠାଯାଇଛି। ନିଯୁକ୍ତି ମହାଦୁର୍ନୀତି ମାମଲାରେ ୧ ହଜାର କୋଟି ଟଙ୍କା ଡିଲ୍‌ର ସତ ବାହାର କରିବା ଲାଗି କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଓପିଆର୍‌ବି ଏସ୍‌ଆଇ ପଦ ଲାଗି ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନା ଓ ସିସିଟିଭି ରେକର୍ଡିଂ ଓ ଚୂଡ଼ାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ତିଆରି ଦାୟିତ୍ବ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଆଇଟିଆଇ ଲି.କୁ ଦେଇଥିଲା। ଆଇଟିଆଇ କାମ ପାଇବା ପରେ ଭୁବନେଶ୍ବର ପଟିଆରେ ଥିବା ସିଲିକନ ଟେକଲାବ୍ ପ୍ରା. ଲି.କୁ ଦେଇଥିଲା। ଏହି ସଂସ୍ଥା ପ୍ରଶ୍ନପତ୍ର ପ୍ରସ୍ତୁତି, ମୁଦ୍ରଣ ଏବଂ ପରିବହନ ଦାୟିତ୍ବ ନେଇ ଶଙ୍କରର ପଞ୍ଚସଫ୍ଟ ଟେକ୍ନୋଲୋଜିସ ପ୍ରା. ଲି.କୁ ହସ୍ତାନ୍ତର କରିଥିଲା।

ଏହି ଜାଲିଆତି ମାମଲାରେ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ମୋଟ ୧୨୩ ଜଣଙ୍କୁ ଗିରଫ କରି ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇଥିଲେ ା ଶଙ୍କର ଓ ସୁରେଶ ଗିରଫ ପରେ ଏହି ମାମଲାରେ ଗିରଫ ସଂଖ୍ୟା ୧୨୫କୁ ବୃଦ୍ଧି ହୋଇଛି ା ନିକଟରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ମାମଲାରେ ସମସ୍ତ ୧୧୪ ଏସଆଇ ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ୧୧ ଜଣ ଦଲାଲ ଓ ଏଜେଣ୍ଟ ବିଚାରାଧୀନ ବନ୍ଦୀ ରହିଛନ୍ତି।

 

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories