www.samajalive.in
Friday, December 5, 2025
23.1 C
Bhubaneswar

ଅନିଲଙ୍କ ୩୦୦୦ କୋଟିର ସମ୍ପତ୍ତି ଜବତ

ମୁମ୍ବଇ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନିଲ ଅମ୍ବାନୀଙ୍କ ବାସଭବନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବଇର ପାଲିହିଲସ୍ଥିତ ଅନିଲଙ୍କ ବାସଭବନ ସମେତ ଦିଲ୍ଲୀ, ନୋଏଡା, ଗାଜିଆବାଦ, ପୁଣେ, ଥାଣେ, ହାଇଦରାବାଦ, ଚେନ୍ନଇ ଏବଂ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି। ସୂଚନାଯୋଗ୍ୟ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଭଳି କମ୍ପାନୀ ତରଫରୁ ବିଭିନ୍ନ ସୂତ୍ରରୁ ଆଦାୟ କରାଯାଇଥିବା ଅର୍ଥକୁ ହେରଫେର କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ ହୋମ ଫାଇନାନ୍ସରେ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୨୦୪୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥିଲା। ତେବେ ଏହି ଅର୍ଥକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଇନଥିବା ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଦାଏର କରାଯାଇ ତଦନ୍ତ ଜାରି ରହିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories