www.samajalive.in
Saturday, December 6, 2025
26.1 C
Bhubaneswar

ବିକାଶ ବନାମ ଜଙ୍ଗଲ ରାଜ: ଶାହା

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେପି ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୋପାଳଗଞ୍ଜରେ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ହେଉଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ। ଏହି ନିର୍ବାଚନ ବିହାରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ନିର୍ବାଚନରେ ଆରଜେଡି ଯଦି କ୍ଷମତାକୁ ଆସେ ତେବେ ବିହାରରେ ଜଙ୍ଗଲରାଜ ଫେରିବ। ଆଉ ଯଦି ଏନଡିଏ କ୍ଷମତା ବଜାୟ ରଖେ ତେବେ ବିହାରରେ ବିକାଶମୂଳକ କାମ ଆହୁରି ଆଗକୁ ବଢିବ। ବିହାର ଦେଶର ଏକ ନମ୍ବର ରାଜ୍ୟ ହେବ। ଶାହା ଗୋପାଳଗଞ୍ଜ ରାଲିକୁ ଆଭାସି ମାଧ୍ୟମରେ ସମ୍ବୋଧନ କରିଥିଲେ। ଖରାପ ପାଗ ଯୋଗୁଁ ସେ ରାଲିରେ ପହଞ୍ଚିପାରି ନଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories