www.samajalive.in
Friday, December 5, 2025
23.1 C
Bhubaneswar

ଜୟଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ମା’

ନୂଆପଡ଼ା: ମା’ଙ୍କ ଆଶୀର୍ବାଦରୁ ବାଜିମାତ କରିବେ ଜୟ ଢୋଲକିଆ। ବୁଧବାର ନୂଆପଡ଼ା ସଦର ବ୍ଲକ ଜିଲ୍ଲା ପରିଷଦ ଜୋନ ୭ରେ ଜୟଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ତାଙ୍କ ମା’ ତଥା ସ୍ବର୍ଗତ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ। ସେ ଜୋନ ୭ର ଗାଁକୁ ଗାଁ ବୁଲି ଜୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଏହି ଅବସରରେ ସେ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ସ୍ଵାମୀ ସ୍ବର୍ଗତ ରାଜୁ ଢୋଲକିଆଙ୍କ ସେବା କାର୍ଯ୍ୟକୁ ଜୟ ଆଗକୁ ନେବ। ସେଥିପାଇଁ ସେ ନିର୍ବାଚନରେ ଛିଡ଼ା ହୋଇଛି। ଲୋକଙ୍କ ଆଶୀର୍ବାଦରୁ ବିଜୟ ସୁନିଶ୍ଚିତ ହେବ ବୋଲି ସେ କହିଥିଲେ। ଏହି ଅବସରରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସାରବଙ୍ଗ ସମିତି ସଭ୍ୟ ଜାଗୃତି ସାହୁ ଆମାନାରା ସମିତି ସଭ୍ୟ ନୂତନ ସାହୁ, ରଚନା ଜୈନ, ଧନୀ ରାମ ସାହୁ, ଚନ୍ଦ୍ରକାନ୍ତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories