ମିର୍ଜାପୁର, ୨୯ା୧୦: ଉତ୍ତର ପ୍ରଦେଶ ମିର୍ଜାପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରସୂତୀଙ୍କୁ ଆମ୍ବୁଲାନ୍ସ ଅଧ ବାଟରେ ଛାଡିଦେବା ପରେ ସେ କାଦୁଅ ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି। ଲାଲଗଞ୍ଜ ଥାନା କୋଠି ଖୁର୍ଦ ଗାଁରେ ରହୁଥିବା ଅତୀକ ଅହମଦଙ୍କ ପତ୍ନୀ ଅରବି ବାନୋ ସୋମବାର ରାତିରେ ପ୍ରସବ ବେଦନା ଭୋଗିଥିଲେ। ତାଙ୍କୁ ୧୦୨ ଆମ୍ବୁଲାନ୍ସରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବରୌଧା ନିଆଯାଇଥିଲା। ତେବେ ହସ୍ପିଟାଲରେ ସାମ୍ନାରେ କାଦୁଅ ଦେଖି ଆମ୍ବୁଲାନ୍ସ କର୍ମୀ ଆଗକୁ ଯିବାକୁ ମନା କରିଥିଲା। ଆମ୍ବୁଲାନ୍ସ ଚାଳକ ପ୍ରସୂତୀଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲା। ପ୍ରସୂତୀ କାଦୁଅରେ ହିଁ ପିଲାକୁ ଜନ୍ମ ଦେଇଥିଲେ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
मानवता को शर्मसार करती ये तस्वीरें मिर्जापुर की हैं…
जहां प्रसव पीड़ा से कराहती एक गर्भवती महिला को एम्बुलेंस कर्मियों ने सड़क पर ही उतार दिया और उसे तड़पता छोड़कर चले गए।
मजबूरन महिला को कीचड़ सनी जमीन पर ही बच्चे का जन्म देना पड़ा।
बाबा जी और छापामार स्वास्थ्य मंत्री जी,… pic.twitter.com/cknMKpDc3T
— UP Congress (@INCUttarPradesh) October 29, 2025
ମାମଲାକୁ ଗୁରୁତ୍ବର ସହ ନେଇ ଜିଲାପାଳ ପବନ କୁମାର ଗଙ୍ଗୱାର ଏ ସମ୍ପର୍କରେ ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।



