ସମାଜଲାଇଭ ଡେସ୍କ: ‘ଓଡ଼ –ପାଇକ ଓ ପାଇକ ଉପଜାତି’କୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି। ଏ ନେଇ ବୁଧବାର ଓଡିଶା ରାଜ୍ୟ ଅତିଥି ଭବନଠାରେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିରଙ୍କ ଜନଶୁଣାଣିରେ ଉପସ୍ଥିତ ରହି ଦାବି କରିଛି ଓଡିଶା ପଛୁଆ ବର୍ଗ ଯୁବ ଓ ଛାତ୍ର ସାମ୍ମୁଖ୍ୟ। ସାମ୍ମୁଖ୍ୟ ପକ୍ଷରୁ ବିଭିନ୍ନ ଦାବି ଯଥା- ଜାତିଭିତ୍ତିକ ଜନଗଣନା, ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡିକରେ ନିଯୁକ୍ତି କ୍ଷେତ୍ରରେ ସମାନତା, କ୍ରିମି ଲେୟାରକୁ ବାଦଦେବା, ଓବିସି/ଏସଇବିସିମାନଙ୍କ ପାଇଁ ସଂରକ୍ଷଣ ୫୦%ରୁ ହଟାଇ ୫୨% ପ୍ରତିଶତ କରିବା। ଏହାବ୍ୟତୀ ଅନ୍ୟ କେତେକ ଦାବି ମଧ୍ୟ ଉପସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା କେନ୍ଦ୍ର ଓ ରାଜ୍ୟ ବଜେଟରେ ଓବିସି/ଏସଇବିସିମାନଙ୍କ କଲ୍ୟାଣ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା, ନ୍ୟାୟପାଳିକାରେ ଓବିସି/ଏସଇବିସିମାନଙ୍କୁ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏବଂ ଘରୋଇ ସଂସ୍ଥାମାନଙ୍କରେ ଓବିସି/ଏସଇବିସିମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଏକ ଦାବିପତ୍ର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି।
Popular Categories



