www.samajalive.in
Friday, December 5, 2025
20.1 C
Bhubaneswar

କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ

ଭୁବନେଶ୍ୱର- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହୋଇଛି । କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ସମ୍ଭାବ୍ୟ ବାତ୍ୟା ମୋନ୍ଥାର ପ୍ରଭାବ ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଭଳି କୌଣସି ବ୍ୟବସାୟୀ କଳାବଜାରୀ ଓ ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ କରି ନ ରଖନ୍ତି ଏଥିନିମନ୍ତେ ଏହି ଚଢ଼ାଉ କରାଯାଇଛି । ଚୁଡା, ଗୁଡ଼,ଚିନି, ଡାଲି, ଖାଇବା ତେଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିମାଣ ପ୍ରଚୁର ଭାବେ ଉପଲବ୍ଧ ହେବା ଓ ଖାଉଟି ମାନଙ୍କ ମଧ୍ୟରେ ଏ ସବୁ ସାମଗ୍ରୀ ବଜାରରେ କମ ମିଳିବା ନେଇ କୌଣସି ସଂଶୟ ନରୁହେ ଏଥିପ୍ରତି ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଗତକାଲି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଥିଲା ।

ଏପରିକି ବାତ୍ୟା ପ୍ରଭାବରେ ଅଧିକ ପରିମାଣର ବର୍ଷା ହେବା ନେଇ ଆକଳନ କରାଯାଇଥିବା ଜିଲ୍ଲା ଗୁଡିକରେ ମଧ୍ୟ୍ୟ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି । ଏପରିକି ଯୋଗାଣ ଶୃଙ୍ଖଳ ନିରବରଛିନ୍ନ ଥିବା ଏବଂ ଉଚିତ ମୂଲ୍ୟରେ ଖାଉଟି ମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଉଥିବା ନେଇ ଜଣାପଡିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories