www.samajalive.in
Friday, December 5, 2025
23.1 C
Bhubaneswar

ଶୋଇଥିବା ଅବସ୍ଥାରେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ବାପା ଶୋଇଥିବାବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତକ ସାଧୁ ରଜଗଣ୍ଡ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁର ସାଧୁ ରାଜଗଣ୍ଡ (୮୦ବର୍ଷ) ଘରେ ଶୋଇଥିବାବେଳେ ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ମାରଣାସ୍ତ୍ରରେ ସାଧୁ ରାଜଗଣ୍ଡଙ୍କ ଛାତି, ହାତ ଓ ଜଙ୍ଘରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲା । ଏହି ସମୟରେ ବାପା ସାଧୁ ଚିତ୍କାର କରିବାରୁ ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଥିଲା । ବାପାଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ଝିଅ ଲକ୍ଷ୍ମୀ ଦୁରୁଆ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପାଙ୍କୁ ତୁରନ୍ତ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡିନାହିଁ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories