www.samajalive.in
Saturday, December 6, 2025
23.1 C
Bhubaneswar

ମୋଦୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା ଆମେରିକା: ରିପୋର୍ଟ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ଆମେରିକା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ତେବେ ଭାରତ ଏବଂ ରୁଷର ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକ ମିଳିତି ଅପରେସନ ଦ୍ଵାରା ଏହାକୁ ନିଷ୍ଫଳ କରିଦିଆଯାଇଥିଲା।

ନିକଟରେ ଚୀନରେ ଏସସିଓ(ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଯାଇଥିଲେ। ସେହି ସମୟରେ ମୋଦୀଙ୍କୁ ହତ୍ୟା ପାଇଁ ହୋଇଥିଲା​‌ ଯୋଜନା। ଆଉ ଏହାକୁ କାର୍ଯ୍ୟକାରୀ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ। ଢାକାରେ ଆମେରିକାର ଜଣେ ସ୍ଵତନ୍ତ୍ର ନିରାପତ୍ତା ଅଧିକାରୀ ଟେରେନ୍ସ ଆରଭେଲ ଜ୍ୟାକ୍ସନଙ୍କ ରହସ୍ୟଜନକ ମୃତ୍ୟୁ ଘଟିବା ପରେ ଏହି ତଥ୍ୟ ଲୋକଲୋଚନକୁ ଆସିଛି। ମୋଦୀଙ୍କୁ ହତ୍ୟା ଯୋଜନା ସହିତ ଜ୍ୟକ୍ସନଙ୍କ ରହସଜନକ ମୃତ୍ୟୁର ସଂଯୋଗ ରହିଛି ବୋଲି ଆରଏସଏସ ଦ୍ଵାରା ସଂଚାଳିତ ଉକ୍ତ ପତ୍ରିକାର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

- Advertisement -

ଏସସିଓ ସମ୍ମିଳନୀର ଆୟୋଜକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେଉଁଦିନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ସେଦିନ ସକାଳେ ଭାରତୀୟ ଏବଂ ରୁଷର ଗୁଇନ୍ଦା ସଂସ୍ଥାକୁ ଏକ ଗୁରୁତ୍ଵପୂର୍ଣ୍ଣ ସତକର୍ତା ମିଳିଥିଲା। ଚୀନର ସୁରକ୍ଷା ମନ୍ତ୍ରଣାଳୟ ଜରିଆରେ ଏହି ତଥ୍ୟ ଦିଆଯାଇଥିଲା। ମୋଦୀଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ ହୋଇପାରେ ବୋଲି କୁହାଯାଇଥିଲା।

ଏହା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଦୀଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମୋଦୀ ହୋଟେଲରୁ ବାହାରିବା ପରେ ପୁଟିନ ତାଙ୍କ ସୁରକ୍ଷିତ ଲିମୋସିନ କାରରେ ସମ୍ମିଳନୀ ସ୍ଥଳକୁ ଯିବାକୁ ଆମନ୍ତ୍ରଣ କରିଥିଲେ। ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବା ଲାଗି ଆମେରିକାର ଜଣେ ଅଧିକାରୀ ଢାକାରେ ଡେରା ପକାଇଥିବା ରୁଷ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଥିଲା। ସେହିଦିନ ଆମେରିକାର ଜଣେ ଅଧିକାରୀ ଜ୍ୟାକ୍ସନଙ୍କର ଢାକାରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା।

ରିପୋର୍ଟ ଅନୁସାରେ, ଜ୍ୟାକ୍ସନ କୌଣସି ସରକାରୀ କାର୍ଯ୍ୟରେ ବାଂଲାଦେଶ ଯାଇ ନ ଥିଲେ। ବରଂ ସେ ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ମିଶନର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories