ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ସତର୍କ ରହିଛି ପ୍ରଶାସନ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ଜିଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ବାତ୍ୟା ନେଇ ଆମେରିକା ଏକ ସଂସ୍ଥା ଆକଳନ କରିବା ପରେ ସବୁ ଦିଗ ଉପରେ ନଜର ରଖାଯାଇଛି । ଏଯାବତ ଭାରତୀୟ ପାଣିପାଗ ସଂସ୍ଥା ବାତ୍ୟା ନେଇ କିଛି ଆକଳନ କରିନାହିଁ । ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ରେଡ ଆଲର୍ଟ ଓ ଉପକୂଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
Popular Categories



