www.samajalive.in
Wednesday, December 10, 2025
14.1 C
Bhubaneswar

୨ ଘଣ୍ଟା ପାଇଁ ବାଣ ଫୁଟା -ସମୟ ସୀମା ଧାର୍ଯ୍ୟକଲେ ସରକାର

ଭୁବନେଶ୍ବର : ଆଲୋକର ପର୍ବ ଦୀପାବଳି। ତେବେ ବାଣ ଫୁଟାଇବା ଲାଗି ୨ ଘଣ୍ଟା ସମୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ସୀମିତ ରଖିବା ଓ ବେରିୟମଯୁକ୍ତ ବାଣ ତଥା ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ନ ଫୁଟାଇବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦେଶାବଳୀ ସହ ପୂର୍ବରୁ କଟକଣା ଜାରି କରାଯାଇଛି। ବାଣରୁ ସୃଷ୍ଟ ଶବ୍ଦ ୧୨୫ ଡେସିବଲ ମଧ୍ୟରେ ରହିଥିବା ଦରକାର। ବାଣ ଫୁଟାଇବା ବେଳେ ଅଘଟଣ ଆଶଙ୍କା ରହିଥିବାରୁ ଏଥିପ୍ରତି ଯତ୍ନବାନ ଓ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୁପ୍ରିମକୋର୍ଟ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିବାରୁ ପ୍ରଚଣ୍ଡ ଶବ୍ଦ-ସୃଷ୍ଟିକାରୀ ବାଣର ଉତ୍ପାଦନ ଏବଂ ବିକ୍ରିକୁ ମଧ୍ୟ ନିଷେଧ

କରିଛନ୍ତି। ତେବେ ବଗିଚା, ପାର୍କ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ, ମନ୍ଦିର ପାଖରେ ବାଣ ନ ଫୁଟାଇବାକୁ ନିର୍ଦେଶ ଦିଆଯାଇଛି। ପଶୁପକ୍ଷୀଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ। ବୃଦ୍ଧ ଓ ରୋଗୀ ବାଣ ଧୂଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଚାଳ ଘର, ଦୋକାନ, ଅଗ୍ନିପ୍ରବଣ ସ୍ଥାନ, ରାସ୍ତା ଏବଂ ବ୍ୟସ୍ତବହୁଳ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ସୂୂତା କପଡ଼ା ପିନ୍ଧିବା ଓ ନିକଟରେ ପାଣି ବାଲ୍‌ତି ରଖିବା ଭଳି ଏକାଧିକ ପରାମର୍ଶ ଦିଆଯାଇଛି। ବାଣକୁ ହାତରେ ନ ଜଳାଇ ଭୂମିରେ ରଖି ଜଳାଇବା ଓ ଉପଯୁକ୍ତ ଦୂରତାରେ ଛିଡ଼ା ହୋଇ ବାଣ ଫୁଟାଇବେ। ଅଫୁଟା ବାଣ ନିକଟକୁ ଯାଇ ପୁଣିଥରେ ଜଳାଇବାର ଚେଷ୍ଟା ନ କରିବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories