www.samajalive.in
Thursday, December 11, 2025
18.1 C
Bhubaneswar

ମହିଳା ବିଶ୍ବକପ୍ କ୍ରିକେଟ; ଇଂଲଣ୍ଡ ବିପକ୍ଷରେ ଜିତିବା ମ୍ୟାଚକୁ ପୁଣି ହାତଛଡ଼ା କଲା ଭାରତ

ସମାଜ ନ୍ୟୁଜ ଡେସ୍କ: ସଂଘର୍ଷ କରି ଶେଷରେ ପରାସ୍ତ ହେଲା ଭାରତୀୟ ମହିଳା ଦଳ । ମହିଳା ବିଶ୍ବକପ କ୍ରିକେଟର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡଠାରୁ ମାତ୍ର ୪ ରନ୍ ରେ ହାରିଯାଇଛି ଟିମ୍ ଇଣ୍ଡିଆ । ସ୍ମୃତି ମାନ୍ଧନାଙ୍କ, ହରମୀନପ୍ରିତ କୌର ଓ ଦୀପ୍ତି ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ପରେ ବି ମ୍ୟାଚ ଭାରତ ହାତରୁ ଛଡ଼ାଇ ନେଇଥିଲା ଇଂଲଣ୍ଡ । ଶେଷ ୨୨ ବଲରେ ୨୮ ରନ୍ ବାକି ଥାଇ ହାତରେ ୪ଟି ୱିକେଟ ଥିବା ସତ୍ତ୍ବେ ଇଣ୍ଡିଆ ମ୍ୟାଚକୁ ଅକ୍ତିଆରକୁ ନେଇପାରି ନଥିଲା ।

- Advertisement -

ଭାରତ ବିପକ୍ଷରେ ଏହି ମ୍ୟାଚ ଜିତି ଇଂଲଣ୍ଡ ୯ ପଏଣ୍ଡ ହାସଲ କରି ପଏଣ୍ଚ ଟେବୁଲ ଦ୍ବିତୀୟ ସ୍ଥାନକୁ ଉନ୍ନିତ ହୋଇଛି । ସେହିପରି ୫ଟି ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ ହେଥର ନାଇଟ୍ ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଛି ।

ଭାରତୀୟ ମହିଳା ଦଳ ଅକ୍ଟୋବର 23 ତାରିଖରେ ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଖେଳିବ ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories