www.samajalive.in
Thursday, December 11, 2025
18.1 C
Bhubaneswar

ଏକାଥରକେ ଦୁଇଟି ଫିଲ୍ମର ସୁଟିଂ କରିବେ କାର୍ତ୍ତିକ

ସମାଜ ନ୍ୟୁଜ ଡେସ୍କ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏକାଠି ୨ଟି ଫିଲ୍ମର ଶୁଟିଂ ଆରମ୍ଭ କରିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କାର୍ତିକ ନଭେମ୍ବର ୧ରୁ ଶୁଟିଂରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ରହିବେ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ମହାବୀର ଜୈନ ମିଳିତ ଭାବେ ନାଗଜିଲା ଫିଲ୍ମ ନିର୍ମାଣ କରୁଛନ୍ତି । ମୃଗଦୀପ ସିଂ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ୧୫ ଅଗଷ୍ଟ ୨୦୨୬ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଫିଲ୍ମର ନାୟିକା ଏବଂ ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯାଇ ନାହିଁ ।

- Advertisement -

ଫିଲ୍ମଟି ଅଦ୍ଭୁତପ୍ରକାରର ପ୍ରାଣୀ ଏବଂ କମେଡି ଉପରେ ଆଧାରିତ । ଏହା ବ୍ୟତୀତ କାର୍ତିକ ଲୋକପ୍ରିୟ ଫିଲ୍ମମେକର ଅନୁରାଗ ବସୁଙ୍କ ଏକ ଫିଲ୍ମରେ ମଧ୍ୟ ଅଭିନୟ କରୁଛନ୍ତି । କାର୍ତିକ ୨ଟି ଯାକ ଫିଲ୍ମ ସମୟ ଅନୁସାରେ ଶେଷ କରିବାକୁ ଚାହୁଁଛନ୍ତି । ନିକଟରେ କାର୍ତିକ କରନଙ୍କ ମେଁ ତେରା, ତୁ ମେରୀର ଶୁଟିଂ ଶେଷ କରିଛନ୍ତି । ଏହା ଚଳିତ ବର୍ଷ ୩୧ ଡିସେମ୍ବରରେ ରିଲିଜ ହେବ । ଧର୍ମା ପ୍ରଡକ୍ସନ ସହ କାର୍ତିକଙ୍କ ଏହା ଦ୍ୱିତୀୟ ଫିଲ୍ମ ହେବ ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories